ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା । ଦାଖଲ ହେଲା ଷ୍ଟାଟସ ରିପୋର୍ଟ । ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ବସିଥିଲା । ମାର୍ଚ୍ଚ ୮ରେ ଅଗ୍ନିକାଣ୍ଡ ଘଟିଥିଲା । ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଥିଲା । ନିଆଁ ଲିଭାଇବା ପାଇଁ ୩୬ ଘଣ୍ଟା ସମୟ ଲାଗିଥିଲା । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଥିଲା ।