Masthead

ମମିତା ମୃତ୍ୟୁ ମାମଲା, ଗର୍ଲସ୍ ହଷ୍ଟେଲରେ ସ୍ଥିତି ପରଖିଲେ ଡିଆଇଜି

(ବଡ଼ ଖବର ବ୍ୟୁରୋ)  ସନସାଇନ ସ୍କୁଲର ଗର୍ଲସ ହଷ୍ଟେଲରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସପି ନୀତିନ କୁଶଲକର ଅଛନ୍ତି । ତେବେ ମହିଳା ପୋଲିସ ସହାୟତାରେ ହଷ୍ଟେଲ ଗେଟ ଭାଙ୍ଗି ଭିତରେ ପଶିଛନ୍ତି । ହଷ୍ଟେଲରେ ମମିତା ମେହେର ରହୁଥିବା ରୁମରେ ଛାନଭିନ କରିଛନ୍ତି । ସେହି ହଷ୍ଟେଲରେ ସିକ୍ରେଟ ରୁମ ଥିବା ଏବେ ଚର୍ଚ୍ଚାର ବିଷୟ ପଲଟିଛି ।

ଆଜି ସକାଳେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସପି ନୀତିନ କୁଶଲକର ସାଇଣ୍ଟିଫିକ୍ ଟିମ ସହ ମହାଲିଙ୍ଗ ଗାଁରେ ପହଞ୍ଚିଥିଲେ । ଯେଉଁଠାରେ ମମିତାଙ୍କୁ ପୋତା ଯାଇଥିଲା । ମମିତାଙ୍କୁ ପୋତା ଯାଇଥିବା ସ୍ଥାନରେ ଏକ ମୋବାଇଲ ମିଳିଥିଲା । ଯାହା ମମିତାଙ୍କ ମୋବାଇଲ ବୋଲି ଆଶଙ୍କା କରାଯାଉଛି । ପରେ ଉକ୍ତ ପଡିଆକୁ ସିଲ କରିଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ସେଠାରେ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

ଡିଆଇଜି ଓ ଏସପି ସନସାଇନ ସ୍କୁଲ ଯାଇଥିଲେ । ମହିଳା ପୋଲିସର ସହାୟତାରେ ଛାତ୍ରୀ ହଷ୍ଟେଲର ତାଲା ଭାଙ୍ଗି ଛାନଭିନ କରିଥିଲେ ।ହଷ୍ଟେଲ କର୍ମଚାରୀଙ୍କୁ ପଚରାଉଚରା କରାଯାଉଥିବା ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ସ୍କୁଲର ଛାତ୍ରୀ ହଷ୍ଟଲରେ ଏକ ୱେଲ ଫରନିସିଡ ରୁମ ରହିଛି । ଯେଉଁଠି ଛାତ୍ରୀଙ୍କୁ ଛାଡିବାକୁ ଆସୁଥିବା ଅଭିଭାବକମାନେ ରହିବାର ସୁବିଧା ରହିଛି । ହେଲେ ସେଠାରେ ଅଭିଭାବକମାନେ ରହିବା ପରିବର୍ତ୍ତେ ରାଜନେତାମାନେ ରହୁଥିଲେ । ଏପରିକି ଗୋବିନ୍ଦ ସାହୁ ସେଠାକୁ ଯାଉଥିଲେ ବୋଲି ଚର୍ଚ୍ଚା ହୋଇଛି  । ସେପଟେ ମମିତା ମେହେର ମୃତ୍ୟୁ ମାମଲାରେ ପୋଲିସ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ରାଧେକୁ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ