Masthead

ଗର୍ଜିଲା ରାଫେଲ, ଜୋରଦାର ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆକାଶରେ ଗର୍ଜିଲା ଯୁଦ୍ଧ ବିମାନ । ଶତ୍ରୁର ଛାତି ଏବେ ଥରହର । ପାକିସ୍ତାନ ଉପରେ ବଦଲା ନେବାକୁ ରଣନୀତି । ଜଳ, ସ୍ଥଳ ଓ ଆକାଶ ସବୁ ଦିଗରୁ ହେବ ଆକ୍ରମଣ । ରାଫେଲରେ ଲାଗିବ ବ୍ରହ୍ମୋସ ମିଶାଇଲ । ଉତ୍ତରପ୍ରଦେଶ ଶାହଜାନପୁରରେ ବାୟୁସେନାର ଯୁଦ୍ଧାଭ୍ୟାସ । ଗଙ୍ଗା ଏକ୍ସପ୍ରେସ-ୱେରେ ଉଡ଼ିଲା ଫାଇଟର ଜେଟ । ‘ଟଚ୍ ଆଣ୍ଡ ଗୋ’ର ଅଭ୍ୟାସ କରୁଛି ବାୟୁସେନା ।

ଆକାଶରେ ରାଫେଲ, ସୁଖୋଇ, ମିରାଜ, ଜାଗୁଆରର ଗର୍ଜନ । ସାଢେ ତିନି କିଲୋମିଟର ଲମ୍ବା ରନୱେରେ ଲଡୁଆ ବିମାନ ଅବତରଣ କରିବା ସହ ଅଭ୍ୟାସ କରିଛି । ଗଙ୍ଗା ଏକ୍ସପ୍ରେସ-ୱେ ହେଉଛି ଏଭଳି ଏକ ଏୟାରଷ୍ଟ୍ରିପ୍ ଯେଉଁଥିରେ ରାତିରେ ଅବତରଣ କରିବାର କ୍ଷମତା ରହିଛି ।

ରାଫେଲ ସହ ଫାଇଟର ବିମାନ ସମରାଭ୍ୟାସ କରିବା ପରେ ଶତ୍ରୁ ପାକିସ୍ତାନ ଛାତି ଥରିଉଠିଛି । ସେପଟେ ଭାରତୀୟ ସେନାର ମନୋବଳ ବଢିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ବଦଲା ନେବା ନେଇ ରଣହୁଙ୍କାର ଦେଇସାରିଛନ୍ତି । ଯାହା ଫଳରେ ତିନି ସେନା ନିଜ ନିଜର ସମରାଭ୍ୟାସ କରିବା ଆରମ୍ଭ କରିଦେଇଛନ୍ତି । ଯେକୌଣସି ସମୟରେ ଶତ୍ରୁ ଉପରେ ଆକ୍ରମଣ କରିବାର ଦକ୍ଷତା ରଖିଥିବା ବାର୍ତ୍ତା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ