Masthead

ଗର୍ଜିଲା ରାଫେଲ, ଜୋରଦାର ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆକାଶରେ ଗର୍ଜିଲା ଯୁଦ୍ଧ ବିମାନ । ଶତ୍ରୁର ଛାତି ଏବେ ଥରହର । ପାକିସ୍ତାନ ଉପରେ ବଦଲା ନେବାକୁ ରଣନୀତି । ଜଳ, ସ୍ଥଳ ଓ ଆକାଶ ସବୁ ଦିଗରୁ ହେବ ଆକ୍ରମଣ । ରାଫେଲରେ ଲାଗିବ ବ୍ରହ୍ମୋସ ମିଶାଇଲ । ଉତ୍ତରପ୍ରଦେଶ ଶାହଜାନପୁରରେ ବାୟୁସେନାର ଯୁଦ୍ଧାଭ୍ୟାସ । ଗଙ୍ଗା ଏକ୍ସପ୍ରେସ-ୱେରେ ଉଡ଼ିଲା ଫାଇଟର ଜେଟ । ‘ଟଚ୍ ଆଣ୍ଡ ଗୋ’ର ଅଭ୍ୟାସ କରୁଛି ବାୟୁସେନା ।

ଆକାଶରେ ରାଫେଲ, ସୁଖୋଇ, ମିରାଜ, ଜାଗୁଆରର ଗର୍ଜନ । ସାଢେ ତିନି କିଲୋମିଟର ଲମ୍ବା ରନୱେରେ ଲଡୁଆ ବିମାନ ଅବତରଣ କରିବା ସହ ଅଭ୍ୟାସ କରିଛି । ଗଙ୍ଗା ଏକ୍ସପ୍ରେସ-ୱେ ହେଉଛି ଏଭଳି ଏକ ଏୟାରଷ୍ଟ୍ରିପ୍ ଯେଉଁଥିରେ ରାତିରେ ଅବତରଣ କରିବାର କ୍ଷମତା ରହିଛି ।

ରାଫେଲ ସହ ଫାଇଟର ବିମାନ ସମରାଭ୍ୟାସ କରିବା ପରେ ଶତ୍ରୁ ପାକିସ୍ତାନ ଛାତି ଥରିଉଠିଛି । ସେପଟେ ଭାରତୀୟ ସେନାର ମନୋବଳ ବଢିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ବଦଲା ନେବା ନେଇ ରଣହୁଙ୍କାର ଦେଇସାରିଛନ୍ତି । ଯାହା ଫଳରେ ତିନି ସେନା ନିଜ ନିଜର ସମରାଭ୍ୟାସ କରିବା ଆରମ୍ଭ କରିଦେଇଛନ୍ତି । ଯେକୌଣସି ସମୟରେ ଶତ୍ରୁ ଉପରେ ଆକ୍ରମଣ କରିବାର ଦକ୍ଷତା ରଖିଥିବା ବାର୍ତ୍ତା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ