Masthead

ଧାରଣାରେ ଟିପର ମାଲିକ ସଂଘ

ଯୋଡ଼ା (ବଡ଼ ଖବର ବ୍ୟୁରୋ): ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ଟିପର ମାଲିକ ସଂଘ । ଜରିବାହାଲ ଓର ମାଇନ୍ସରେ ସ୍ଥାନୀୟ ଟ୍ରକ ବଦଳରେ ବାହାର ହାଇୱା ଲଗାଇ କାମ କରୁଥିବା ପ୍ରତିବାଦରେ ଧାରଣା ଦେଇଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ହେସଁବେଡ଼ାରେ ଥିବା ଟିପର ମାଲିକ ସଂଘ (ମାଟୋଆ) । ଗତ ୫ତାରିଖରୁ କମ୍ପାନୀର ମୁଖ୍ୟ ଫାଟକ ସାମନାରେ ଧାରଣା ଦେଇଥିଲେ ସୁଦ୍ଧା ଏଯାବତ କାସଭି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିଟେଡ କମ୍ପାନୀ ଏମାନଙ୍କ ପ୍ରତି ଧ୍ୟାନ ଦେଇନାହିଁ । ଖୁବଶୀଘ୍ର ଦାବି ପୂରଣ ନହେଲେ ଅର୍ଥନୈତିକ ଅବରୋଧ ସହ ଆମରଣ ଅନଶନ କରାଯିବ ବୋଲି ସଂଘ ସୂଚନା ଦେଇଛି ।

ସ୍ଥାନୀୟ ଅଞ୍ଚଳରେ ଖଣିକାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛି । ଲୁହାଗୁଣ୍ଡ ଚାଷଜମିରେ ବାରମ୍ବାର ପଡୁଥିବାରୁ ଚାଷ କାର୍ଯ୍ୟରେ ବ୍ୟାଘାତ ଘଟୁଛି । ଫସଲ୍ୱଧ୍ୟ ନଷ୍ଟ ହେଉଛି । ବାଧ୍ୟ ହୋଇ କିଛି ଲୋକ ଟ୍ରକ ବ୍ୟବସାୟ କରି ପରିବାର ଚଳାଉଛନ୍ତି । ଲୋକେ ଜମି ବିକ୍ରି କରି ଏବଂ ଋଣ କରି ଟ୍ରକ କିଣି ପରିବହନ କାର୍ଯ୍ୟରେ ଲଗାଇଛନ୍ତି । ମାତ୍ର ନୂତନ ଲିଜଧାରୀ କାସଭି ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ ସ୍ଥାନୀୟ ଟ୍ରକ୍ମାଲିକଙ୍କୁ ଧୋକା ଦେଇ ବାହାରୁ ୧୨ ଓ ୧୬ ଚକିଆ ହାଇୱା ଆଣି ପରିବହନ କାର୍ୟ୍ୟରେ ଲଗାଇଛି । ଯାହାଫଳରେ ସ୍ଥାନୀୟ ଟିପର ମାଲିକ କାମ ହରାଇ ହାତବାନ୍ଧି ବସିରହିଛନ୍ତି । ଏନେଇ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ, ସମାଧାନର ବାଟ ବାହାର କରାଯାଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ