Masthead

ସ୍କୁଲ ପ୍ରିନ୍ସିପାଲଙ୍କ ଚାପୁଡ଼ା ପରେ ଛାତ୍ରୀଙ୍କ ଆତ୍ମହତ୍ୟା

ଗୁରୁଗ୍ରାମ (ବଡ଼ ଖବର ବ୍ୟୁରୋ): ଗୁରୁଗ୍ରାମରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ସ୍କୁଲ ପ୍ରିନ୍ସିପାଲଙ୍କ ଠାରୁ ମାଡ଼ ଖାଇବା ପରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ଏହାଛଡ଼ା ଶିଷ୍ଠାଚାର ଶିଖିନଥିବା ଝିଅ କହି ମଧ୍ୟ ଛାତ୍ରୀଙ୍କୁ ଗାଳି କରିବା ଦ୍ୱାରା ମାନସିକ ଭାରସାମ୍ୟ ହରାଇ ଛାତ୍ରୀ ଜଣକ ଏପରି କରିଥିବା ଜଣା ପଡ଼ିଛି ।

ଛାତ୍ରୀଙ୍କ ଭୁଲ ରହିଛି ଯେ, ସେ ସ୍କୁଲକୁ ଲମ୍ବା କାନଫୁଲ ପିନ୍ଧି ଆସିବା ସହ, ମୋବାଇଲ ମଧ୍ୟ ଧରିଥିଲେ । ସେହିପରି ହାତରେ ନଖ ମଧ୍ୟ ବଢ଼ାଇଥିଲେ ଛାତ୍ରୀ । ଯେଉଁ କାରଣରୁ ଅନ୍ୟ ଛାତ୍ରଛାତ୍ରୀଙ୍କ ସାମ୍ନାରେ ଛାତ୍ରୀଙ୍କୁ ସ୍କୁଲ ପ୍ରିନ୍ସିପାଲ ଚାପୁଡ଼ା ମାରିବା ସହ ଶିଷ୍ଠାଚାର ଜଣା ନଥିବା ଝିଅ କହି ଗାଳି କରିଥିଲେ ।

ତେବେ କେବଳ ଏତିକି ନୁହେଁ ଛାତ୍ରୀଙ୍କ ବାପା ମାଙ୍କୁ ବିଦ୍ୟାଳୟକୁ ଡକାଇ ଛାତ୍ରୀଙ୍କ ବିଷୟରେ କହିଥିଲେ, ଓ ଏହା ମଧ୍ୟ କହିଥିଲେ ଯେ, ଆପଣଙ୍କ ଝିଅଙ୍କୁ ଶିଷ୍ଠାଚାର ଜଣା ନାହିଁ ଯେଉଁ କାରଣରୁ ମୁଁ ତାଙ୍କୁ ଏକ୍ସଫେଲ୍ କରିବି । ଏ ସମସ୍ତ ଘଟଣା ଛାତ୍ରୀଙ୍କୁ ମାନସିକ ଭାରସାମ୍ୟ ହରାଇବାକୁ ବାଧ୍ୟ କରିଥିଲା । ଯେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ପରେ ଏବେ ପ୍ରିନ୍ସିପାଲଙ୍କ ନାଁରେ ଛାତ୍ରୀଙ୍କ ମଉସା ପୋଲିସ କମ୍ପେ୍ଲନ ମଧ୍ୟ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ