Masthead

ରାଜଭବନ ଅଭିଷେକ ହଲରେ ନିମ୍ନମାନର କାମ: ନଷ୍ଟ ହେଲାଣି କାଠ, ଫ୍ଲୋର୍ ଟାଇଲ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଭବନ ନୂଆ ଅଭିଷେକ ହଲ୍ ନିର୍ମାଣରେ ନିମ୍ନମାନର କାର୍ଯ୍ୟ । ନଷ୍ଟ ହେଲାଣି କାଠ, ଫ୍ଲୋର୍ ଟାଇଲ୍ । ଏସି, ଲାଇଟ୍, ସାନିଟାରୀ କାର୍ଯ୍ୟ ଠିକ୍ ଭାବେ ହୋଇନି । ପୂର୍ତ୍ତ ବିଭାଗକୁ ଚିଠି ଲେଖିଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ । ହଲ୍ର ସିଲିଂ କାମ ଏବଂ ଲାଗିଥିବା ସମସ୍ତ କାଠ ବର୍ଷେ ନହେଉଣୁ ଖରାପ ହୋଇଗଲାଣି । କେବଳ ଏତିକି ନୁହେଁ ଏହି ହଲରେ ଲାଗିଥିବା ଲାଇଟ୍, ସାଉଣ୍ଡ ସିଷ୍ଟମ କାମ ଠିକ୍ ଭାବେ ହୋଇ ନାହିଁ । ପାନୀୟ ଜଳ ଏବଂ ସାନିଟାରୀ ସିଷ୍ଟମକୁ ଠିକ୍ ଭାବେ କରାଯାଇନାହିଁ ।

ଖୋଦ୍ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏମିତି ଅଭିଯୋଗ କରି ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ରହିଛି, ରାଜଭବନର ଏହି ଅଭିଷେକ ହଲରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହୋଇଥାଏ । ଶପଥ ଗ୍ରହଣ ହୁଏ । ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥାଏ । ଆଟ୍ ହୋମ୍ କାର୍ଯ୍ୟକ୍ରମ ହୁଏ । ଅର୍ଥାତ୍ ଜାନୁଆରୀ ୨୬ ଏବଂ ଅଗଷ୍ଟ ୧୫ ପୂର୍ବରୁ ନୈଶ୍ୟଭୋଜନ ସହ ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କର ପରିବାର ଲୋକଙ୍କୁ ନେଇ କାର୍ଯ୍ୟକ୍ରମ କରାଯାଇଥାଏ ।

କେନ୍ଦ୍ର ଓ ରାଜ୍ୟର ବହୁ ବଡ଼ ବଡ଼ କାର୍ଯ୍ୟକ୍ରମ କରାଯାଏ ଯେଉଁଥିରେ ଭିଭିଆଇପିମାନେ ଯୋଗ ଦେଇଥାନ୍ତି । ମାତ୍ର ଏଭଳି ନିମ୍ନମାନର କାର୍ଯ୍ୟ ପାଇଁ ଆଗାମୀ ଦିନରେ ଯେ କୌଣସି କ୍ଷତି ହେବାର ଆଶଙ୍କା ରହିଛି । ସେ ଏହି ସବୁ କାର୍ଯ୍ୟର ତଦନ୍ତ କରିବାକୁ କହିଛନ୍ତି । ଏଥିସହ ଆବଶ୍ୟକ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଛନ୍ତି । ଗତବର୍ଷ ଫେବ୍ରୁଆରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଭବନର ଏହି ଅଭିଷେକ ହଲକୁ ଲୋକାର୍ପିତ କରିଥିଲେ । ୪୭ହଜାର ୩୯୦ ବର୍ଗଫୁଟରେ ନିର୍ମିତ ଏହି ଅତ୍ୟାଧୁନିକ ହଲ୍ ନିର୍ମାଣ ପାଇଁ ୨୫.୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି କକ୍ଷରେ ୧୦୦୦ ଅତିଥି ବସିବା ଭଳି କ୍ଷମତା ରହିଥିବା ବେଳେ ୧୨୦୦ ଲୋକ ଛିଡ଼ା ହେବାର କ୍ଷମତା ରହିଛି ।

ମୁଖ୍ୟ ସମ୍ମିଳନୀ କକ୍ଷ, ବାଙ୍କୁଏଟ୍ ହଲ୍, ୫ଟି ଲାଉଞ୍ଜ, ୪ଟି ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର, ୱାସ୍ ରୁମ୍ ଆଦି ରହିଛି । ତେବେ ଲୋକାର୍ପିତ ହେବାର ଏକ ବର୍ଷ ଭିତରେ ଏହି ହଲ୍ର ଅବସ୍ଥା ଖରାପ ହୋଇଗଲାଣି । ଏହି ହଲ୍ରେ ଫ୍ଲୋର୍ ଟାଇଲ୍, ଡିଡୋ ଆଦି ନିମ୍ନମାନର ଲାଗିଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ମେନ୍ ହଲ୍ର ଷ୍ଟେଜ୍ ନିର୍ମାଣ ନିମ୍ନମାନର ହୋଇଛି । ହଲର ବାହାରେ ପଡ଼ିଥିବା ପେଭର ବ୍ଲକକୁ ଠିକ୍ ଭାବେ ପକାଯାଇ ନଥିବାରୁ ଏହା ଉଠିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ