Masthead

‘ନିନ୍ଦୁକମାନେ ସବୁବେଳେ ନିନ୍ଦା କରିବେ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):   ବିଜେଡିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ ଗତକାଲି ଦେଇଥିବା ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ । କହିଛନ୍ତି କେଉଁ ବୟସ୍କ ନେତା ବାଚଳାମି କରି କଣ କହିବେ ସେଥିରେ ଆମର କିଛି କହିବାର ନାହିଁ । ମୁଖ୍ୟମନ୍ତ୍ରୀ ଯାଇ ପାରୁଛନ୍ତି କି ନାହିଁ ତାହା କଣ ଆପଣ ମାନେ ଦେଖି ପାରୁ ନାହାଁନ୍ତି । ଭୁବନେଶ୍ୱରରେ ଯେଉଁ କାର୍ଯ୍ୟକ୍ରମ ହେଉଛି ମୁଖ୍ୟମନ୍ତ୍ରୀ ଯାଉଛନ୍ତି ତାହା ଗଣମାଧ୍ୟମରେ ଅଛି । ନିନ୍ଦୁକ ମାନେ ସବୁବେଳେ ନିନ୍ଦା କରିବେ ।

ମୁଖ୍ୟମନ୍ତ୍ରୀ କିନ୍ତୁ ତାଙ୍କ କାମ କରି ଚାଲିଛନ୍ତି । ସରକାର ହେଉଛନ୍ତି ମୁଖ୍ୟମନ୍ତ୍ରୀ । ସରକାର କୌଣସି ସଚିବଙ୍କୁ ମାଣ୍ଡେଟ ଦେଲେ, ଯେ ତମେ ଲୋକଙ୍କ ପାଖକୁ ଯାଇ ଗ୍ରୀଭାନ୍ସ ନେଇ କି ଆସ । ସେ ଗ୍ରୀଭାନ୍ସକୁ ଆଣିବା ପରେ ମୁଖ୍ୟମନ୍ତ୍ରୀ ତାକୁ ତଦାରଖ କରି ସେ କାମ ଗୁଡିକୁ ତ୍ୱରାନ୍ୱିତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଯିବା ନ ଯିବା କଥା ନୁହେଁ । ଅନ୍ୟ ରାଜ୍ୟରେ କି ଦେଶର ପ୍ରଧାନମନ୍ତ୍ରୀ କଣ ସବୁ ଜାଗାକୁ ଯାଉଛନ୍ତି କି ? ଏଠି ସରକାର ଲୋକଙ୍କ ପାଖକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ