Masthead

ନିଯୁକ୍ତି ଦିଅ, ନହେଲେ ବିଦା ହୁଅ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ରାମକୀ କମ୍ଫାନୀକୁ ନେଇ ତେଜିଲା ପ୍ରତିବାଦ । ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ କଞ୍ଚିଚୁଆଠାରେ ୭୦ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରି ୨୦୦୮ରେ ସ୍ଥାପିତ ହୋଇଥିବା ରାମକୀ କମ୍ଫାନୀକୁ ନେଇ ତେଜିଲା ପ୍ରତିବାଦ । କମ୍ଫାନୀ ସ୍ଥାପନର ୧୨ ବର୍ଷ ପରେ ବି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିପାରିନି କମ୍ଫାନୀ । ଏହାକୁ ବିରୋଧ କରି ଗୁରୁବାର କମ୍ଫାନୀ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲା ବିଜେଡି । ୭ ଦଫା ଦାବି ନେଇ ଧାରଣା ବସିଥିଲେ ସୁକିନ୍ଦା ବ୍ଲକ ବିଜେଡି ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ ଓ ତାଙ୍କ ସମର୍ଥକ । ରାଜ୍ୟର ବିଭିନ୍ନ ଅଞ୍ଚଳର ବର୍ଜ୍ୟବସ୍ତୁ ଆଣି ତାକୁ ଠିକ୍ ଢଙ୍ଗରେ ମାଟିତଳେ ପାଣିଠାରୁ ସମଦୂରତ୍ୱ ରଖି ପୋତିବା ନିୟମ ଥିବାବେଳେ ରାମକୀ କମ୍ଫାନୀ ଏହି ନିୟମକୁ ପାଳନ ନ କରି ବର୍ଜ୍ୟବସ୍ତୁକୁ ଗଦା କରି ରଖୁଛି । ଫଳରେ ପବନ ହେବା ମାତ୍ରେ ଏହି ବର୍ଜ୍ୟବସ୍ତୁ ଉଡ଼ି ସ୍ଥାନୀୟ ଗାଁ ପରିବେଶକୁ ବିଷାକ୍ତ କରୁଛି । ତେବେ ଏହି ବର୍ଜ୍ୟବସ୍ତୁ ଯୋଗୁ ଅନେକ ସମୟରେ ବହୁ ରୋଗରେ ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଅଞ୍ଚଳରେ କମ୍ଫାନୀ ପ୍ରତିଷ୍ଠା ସମୟରେ ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ, ସ୍ଥାନୀୟ ବେକାର ଯୁବକଙ୍କୁ ନିଯୁକ୍ତି ଆଦି କମ୍ପାନୀ ପକ୍ଷରୁ ଅନେକ ପ୍ରତିଶ୍ରୁତି ମିଳିଥିଲା । ମାତ୍ର ଏ ସବୁକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ସେପଟେ ଏନେଇ କମ୍ଫାନୀ ମୁଖ୍ୟ ଅଧିକରୀଙ୍କ ସହ ଯୋଗାଯୋଗ କରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ । ୭ ଦିନ ମଧ୍ୟରେ କମ୍ଫାନୀ ଯଦି ସମସ୍ତ ଦାବି ପୂରଣ ନ କରେ ତେବେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ କମ୍ପାନୀକୁ ବିଦା କରିବାକୁ ତୀବ୍ର ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ବିଜେଡି ପ୍ରତିକ୍ରୟା ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ