Masthead

ସାତକୋଶିଆରୁ ଫେରିଯିବ ସୁନ୍ଦରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାତକୋଶିଆରୁ ବାନ୍ଧବଗଡ ଫେରିଯିବ ବାଘୁଣି ସୁନ୍ଦରୀ । ସୁନ୍ଦରୀକୁ ମଧ୍ୟପ୍ରଦେଶର ବାନ୍ଧବଗଡ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୁନ୍ଦରୀକୁ ମଧ୍ୟପ୍ରଦେଶ ନିଆଯାଇ କାହ୍ନା ଅଭୟାରଣ୍ୟରେ ରଖାଯିବ । ସେଠାରେ ତାର ଜଙ୍ଗଲୀ ସ୍ୱଭାବକୁ ଫେରାଇ ଆଣିବାକୁ ପ୍ରୟାସ କରାଯିବ ବୋଲି କୁହାଯାଇଛି । ଏହା ଉପରେ ମଧ୍ୟପ୍ରଦେଶ ହାଇକୋର୍ଟ ବାଘୁଣୀ ସୁନ୍ଦରୀକୁ କାହ୍ନା ଅଭୟାରଣ୍ୟକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ଏବେ ସୁନ୍ଦରୀକୁ ଫେରାଇ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପିସିସିଏପ୍ ହରିଶଙ୍କର ଉପାଧ୍ୟାୟ ।

ସୂଚନା ଅନୁଯାୟୀ, ବ୍ୟାଘ୍ର ପ୍ରଜନନର ବୃଦ୍ଧିପାଇଁ ଦୁଇ ବର୍ଷ ତଳେ ସୁନ୍ଦରୀକୁ ବାନ୍ଧବଗଡରୁ ଅଣାଯାୟୀ ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିଲା । ହେଲେ ସେଠାରେ ତାର ରହିବାକୁ ନେଇ ବିବାଦ ଉପୁଜିଥିଲା । ଏହାପରେ ସୁନ୍ଦରୀକୁ ଫେରାଇ ନେବାପାଇଁ ଏନ୍‌ଟିସିଏ ନିସ୍ପର୍ତ୍ତି ନେଇଥିଲା । ବହୁ ଦିନ ହେଲା ବନ୍ଦୀ ଜୀବନ କାଟୁଥିବାରୁ ସୁନ୍ଦରୀର ଜଙ୍ଗଲୀ ସ୍ୱଭାବ ନଷ୍ଟ ହେବାରେ ଲାଗୁଥିଲା । ତେଣୁ ତାକୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରାଇ ନିଆଯିବା ସହ ସେଠାରେ ତାର ସ୍ୱଭାବରେ ପରିବର୍ତ୍ତନ ପାଇଁ ପୁଣିଥରେ ଜଙ୍ଗଲରେ ଛଡ଼ାଯିବ ବୋଲି ଏନ୍‌ଟିସିଏ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ