Masthead

କରୋନାରେ ଆଖିବୁଜିଲେ ବିଶିଷ୍ଟ ଶିଳ୍ପପତି ତଥା ଦୈନିକ ‘ଈଶ୍ୱର’ର ପରିଚାଳନା ସମ୍ପାଦକ ସୁନୀଲ ମହାପାତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଉରକେଲାର ବିଶିଷ୍ଟ ଶିଳ୍ପପତି ତଥା ଦୈନିକ ‘ଈଶ୍ୱର’ର ପରିଚାଳନା ସମ୍ପାଦକ ସୁନୀଲ ମହାପାତ୍ରଙ୍କ ପରଲୋକ ଘଟିଛି । କରୋନାରେ ଆକ୍ରାନ୍ତ ଶ୍ରୀ ମହାପାତ୍ର ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୬୩ ବର୍ଷ ହୋଇଥିଲା ।

ସେ ବିଶିଷ୍ଟ ସାହିତ୍ୟିକ ଖଗେଶ୍ୱର ମହାପାତ୍ରଙ୍କ ପୁତ୍ର ଏବଂ ବରିଷ୍ଠ ଲେଖିଲା ତଥା ଦୈନିକ ‘ଈଶ୍ୱର’ର ପ୍ରକାଶକ ସମ୍ପାଦିକା ମଞ୍ଜୁ ନାୟକଙ୍କ ସ୍ୱାମୀ । ସେ କରୋନା ସଂକ୍ରମିତ ଥିବାରୁ ବିଏମସି ପକ୍ଷରୁ ସତ୍ୟ ନଗର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ପୁତ୍ର ସ୍ୱୟଂ ମହାପାତ୍ର ମୁଖାଗ୍ନି ଦେଇଥିଲେ । ତାଙ୍କର ଆକସ୍ମିକ ମୃତ୍ୟୁ ଖବର କାଗଜ ଦୁନିଆ ସହ ସେ ଜଡ଼ିତ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ତଥା ଶୁଭେଚ୍ଛୁ ବନ୍ଧୁମାନଙ୍କ ମଧ୍ୟରେ ଶୋକୟ ଛାୟା ଖେଳିଯାଇଛି । ସେ ଜଣେ ଅତ୍ୟନ୍ତ ଭଦ୍ର, ଅମାୟିକ, ପରୋଉପକାରୀ ବ୍ୟକ୍ତି ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ