Masthead

ଏଣିକି ପଞ୍ଚମ ଓ ଅଷ୍ଟମରେ ସପ୍ଲିମେଣ୍ଟାରି ପରୀକ୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚଳିତବର୍ଷ ରାଜ୍ୟର ବିଭିନ୍ନ ସ୍କୁଲରେ ପଞ୍ଚମ ଓ  ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଢାଞ୍ଚାରେ ବିରାଟ ପରିବର୍ତ୍ତନ  ଆଣିଛନ୍ତି ରାଜ୍ୟ ସରକାର । କିଛିମାସ ତଳେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷାରେ  କେହି ଫେଲ୍‌ ହେଲେ ସେ ପୁଣିଥରେ ପରୀକ୍ଷା ଦେବାର ସୁଯୋଗ ପାଇବେ ବୋଲି  ନିୟମ ହୋଇଥିଲା ।

ଏବେ ଉଭୟ ଶ୍ରେଣୀ ପାଇଁ ହେଉଥିବା ପରୀକ୍ଷାର ଗାଇଡଲାଇନ୍‌  ଜାରି କରାଯାଇଛି । ପରୀକ୍ଷାର ଢାଞ୍ଚା ଓ ଖାତା ଦେଖା ପ୍ରକ୍ରିୟା କେମିତି ହେବ ସେଥିପାଇଁ ଶିକ୍ଷକ ଶିକ୍ଷା  ନିର୍ଦ୍ଦେଶାଳୟ ଓ ଏସସିଇଆରଟି ଦାୟିତ୍ୱ ନେଇଛନ୍ତି । ଏଥିପାଇଁ ଜିଲ୍ଲା ଶିକ୍ଷା ଓ  ତାଲିମ ପ୍ରତିଷ୍ଠାନ(ଡିଆଇଇଟି)ର କର୍ମକର୍ତ୍ତମାନେ ତାଲିମ ନେବେ । ଗାଇଡଲାଇନ କେମିତି ଲାଗୁ ହୋଇ ସଫଳ ହେବ ସେଥିପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ  ପ୍ରାଧିକରଣ(ଓସେପା) ଦୃଷ୍ଟି ଦେବ ।

ସବୁ ଜିଲ୍ଲାକୁ ପ୍ରଶ୍ନ ପଠାଇବା ଦାୟିତ୍ୱ  ଓସେପାର । ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତି ବେଳେ ଜିଲ୍ଲା ଶିକ୍ଷାଧିକାରୀ(ଡିଇଓ)  ଓ ଡିଆଇଇଟି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲାସ୍ତରୀୟ ତତ୍ତ୍ୱାବଧାନ କମିଟି  ଅଧୀନରେ କାମ କରିବେ । ପ୍ରଶ୍ନପତ୍ର ସୁରକ୍ଷିତ ରହିବ କି ନାହିଁ ସେନେଇ ଡିଇଓ ଧ୍ୟାନ ଦେବେ ।

ପଞ୍ଚମ ଓ ଅଷ୍ଟମରୁ ପାଠ ଜଗିବେ ସରକାର । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ମୂଲ୍ୟାୟନ ହେବ । ୫୦ ମାର୍କର ପରୀକ୍ଷା ଦେବେ ବିଦ୍ୟାର୍ଥୀ । ପାସ୍‌ କରିନଥିଲେ ଦେବେ ସପ୍ଲିମେଣ୍ଟାରି ପରୀକ୍ଷା । ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୌଖିକ ଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ମୋଟ୍‌ ୫୦ ମାର୍କରୁ ୧୦ ମାର୍କ ମୌଖିକ । ୪୦ ମାର୍କ ଲିଖିତ ପରୀକ୍ଷା ରହିବ । ଅଷ୍ଟମ ଶ୍ରେଣୀ ପାଇଁ କେବଳ ୫୦ ମାର୍କ ଲିଖିତ ପରୀକ୍ଷା କରାଯିବ ।

ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ଛପାଯିବ । ପରୀକ୍ଷା ଦିନ ସକାଳେ ବିଦ୍ୟାଳୟରେ ପହଂଚିବ ପ୍ରଶ୍ନପତ୍ର । ପରୀକ୍ଷାର ସୁପରିଚାଳନା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ତଦାରଖ ପାଇଁ ୩ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଷ୍ଟିୟରିଂ କମିଟି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ବ୍ଲକସ୍ତରରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି