Masthead

ନାଟକର ନାଁ ‘ସୁର ଆଣ୍ଡ ସନ୍ସ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜନୀତିରେ କ’ଣ ନ ହୁଏ, ସବୁ ହୋଇପାରେ । ଏହା ହେଉଛି ସୁବିଧାବାଦର ମହାରଣ୍ୟ । ଥରେ ଯିଏ କ୍ଷମତା ମହୁ ଚାଖିଛି, ସେ ମଲା ଯାଏଁ ଲୋଭରୁ ବାହାରିପାରେନି । କେବଳ ନିଜ ପାଇଁ ନୁହେଁ ପରପିଢି ଲାଗି ବି ବ୍ୟବସ୍ଥା କରିଦେଇଯାଏ । କ୍ଷମତା ଯାବୁଡି ଧରିବାର ଦୁର୍ବାର ଇଚ୍ଛାରେ ଅନେକ ରଣନୀତି ପ୍ରୟୋଗ ହୁଏ । କେତେବେଳେ ସତରେ ପରିବାର ଭାଗ ଭାଗ ହୋଇଯାଏ, ଆଉ କେତେବେଳେ ପରିବାର ଭାଗ ଭାଗ ହେବାର ଅଭିନୟ ହୁଏ । ଲାଗେ ଯେମିତି ଜନତା ସବୁ ବୋକା, ନେତା ଏକା ସିଆଣିଆ । ଜଟଣୀରେ ଏହି ଦୁଇଟିରୁ କ’ଣ ହୋଇଛି କିଏ ବା ଜାଣେ, କିନ୍ତୁ ଏକଥା ସମସ୍ତଙ୍କୁ ଜଣା ଯେଉଁ କଂଗ୍ରେସରୁ ଅନେକ ନେତା ତିଆରି ହୋଇଛନ୍ତି, ସବୁ ସୁବିଧା ସୁଯୋଗ ପାଇଛନ୍ତି, ସେହିମାନେ କଂଗ୍ରେସରେ ଜିତିବାର ସମ୍ଭାବନା କମ୍ ଦେଖି ବାଟ ଭାଙ୍ଗି ଆଗକୁ ବଢିଯାଇଛନ୍ତି ।

ସ୍ୱାଭିମାନର ଭାଷଣ ମାରୁଥିବା ନେତା ବି ତାଲିକାରେ ଯୋଡି ହୋଇଯାଇଛନ୍ତି । ଗୋଟିଏ ପରିବାର ଭିନ୍ନ ଭିନ୍ନ ଦଳରୁ ପ୍ରାର୍ଥୀ ହେବାର ନଜର ଅନେକ ଅଛି । ଯିଏ ବି ଜିତିଲେ କ୍ଷମତା ଆମ ଘରେ ରହିବ ନୀତି ଅନେକ ଦେଖିଛେ । କୋଳି ଖାଇ ସେହିମାନେ ମଞ୍ଜି ପୋତିଛନ୍ତି । ନେତା ବଦଳିଲେ ବି କ୍ଷମତା କିନ୍ତୁ ତାଙ୍କରି ଘରେ ରହିବ । ଗଣତନ୍ତ୍ରରେ କିଭଳି ରାଜତନ୍ତ୍ର ପରମ୍ପରାକୁ ଭର୍ତି କରିହୁଏ ଏହାର ଅସଂଖ୍ୟ ଉଦାହରଣ ମିଳିଯିବ । କିନ୍ତୁ ଏହି ତାଲିକାରେ ଯେ, କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ପରିବାର ବି ଯୋଡି ହେବ ସେ ବିଶ୍ୱାସ ଅନେକଙ୍କ ନ ଥିଲା । ସୁର ଯେଉଁଭଳି କଂଗ୍ରେସ ପାଇଁ ସବୁବେଳେ ଲଢିବାକୁ ପ୍ରସ୍ତୁତ ରୁହନ୍ତି ତାଙ୍କ ପୁଅ ଯେ କହିବେ ମୁଁ କଂଗ୍ରେସରୁ ଲଢିବି ନାହିଁ ଏହା ଶୁଣିବାକୁ ମିଳିବ କିଏ ବା ଭାବିଥିଲା । ମହତାବ ହାତ ଧରି ରାଜନୀତିକୁ ଆଣିଥିଲେ । ବିଧାୟକ, ମନ୍ତ୍ରୀ ବର୍ଷ ବର୍ଷର କ୍ଷମତା ସବୁ ମିଳିଛି ଏହି କଂଗ୍ରେସରୁ ।

ସେଇଥିପାଇଁ ପୁଅ ଦୁଇଜଣଙ୍କୁ ସକ୍ଷମ ମଣିଷ କରିପାରିଲେ ସୁର ରାଉତରାୟ । ଏବେ ଯେତେବେଳେ ବାପା ରାଜନୀତିରୁ ରିଟାୟର୍ଡ ହେବେ ଆଉ ଏପଟେ କଂଗ୍ରେସରୁ ଲଢି ଜିତିବା ସହଜ ନୁହେଁ ବୋଲି ପୁଅଙ୍କ ଧାରଣା ହୋଇଛି, ସେତେବେଳେ ଜଟଣୀ ରାଜନୀତିରେ ଚାଲିଛି ନୂଆ ନାଟକ । ନାଟକର ନାଁ ‘ସୁର ଆଣ୍ଡ ସନ୍ସ’ । ଚର୍ଚ୍ଚା ଏୟା ବି ହେଉଛି ସୁର କେବେ ବି କଂଗ୍ରେସ ଛାଡିବେନି । ଯେମିତି କେହି ତାଙ୍କ ଉପରକୁ ଆଙ୍ଗୁଳି ଉଠାଇପାରିବେନି । ହେଲେ ପୁଅମାନେ କିନ୍ତୁ ଜଣେ ବିଜେପି ଜଣେ ବିଜେଡିକୁ ଯିବେ । ସେହି ହିସାବରେ ସବୁ ଅଭିନୟ ଚାଲିଛି । ମାନେ ପରିବାର ପାଖରେ ତିନି ପ୍ରମୁଖ ପାର୍ଟିର କ୍ଷମତା ରହିବ । ଯିଏ ହାରୁଛି ହାରୁ ରାଉତରାୟ ପରିବାରର କିନ୍ତୁ କଚ୍ଚେ ପୁଅ ବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ