Masthead

ଇତିହାସ ରଚିଲେ ଭାରତର ଝିଅ ସ୍ୱାତୀ ମୋହନ

ନୂଆଦିଲ୍ଲୀ (ବଡ଼ ଖବର): ଇତିହାସ ରଚିଲେ ଭାରତର ଝିଅ ସ୍ୱାତୀ ମୋହନ । ଆମେରିକାର ସଫଳତା ପଛରେ ଭାରତୀୟ-ଆମେରିକୀୟ ସ୍ୱାତୀ ମୋହନଙ୍କ ରହିଛି ବିଶେଷ ଅବଦାନ । ଆମେରିକାର ଅନ୍ତରିକ୍ଷ ଏଜେନ୍ସି ନାସା ନିଜ ଜ୍ଞାନ କୌଶଳରେ ପ୍ରସ୍ତୁତ ପର୍ସିଭରେନ୍ସ ରୋଭରକୁ ସଫଳତାର ସହ ଜୋଜୋରା କ୍ରାଟରରେ ଅବତରଣ କରିଛି । ୭ ମାସର ଯାତ୍ରା ପରେ ରାତି ୩ଟା ୫୫ରେ ଏହା ମଙ୍ଗଳର ଏକ ଦୁର୍ଗମ ଅଞ୍ଚଳରେ ଓହ୍ଲାଇଛି ।

ସ୍ୱାତୀ ଏହି ମିଶନ୍‌ରେ ଭର୍ଚୁଆଲ୍‌ ମାଧ୍ୟମରେ ନେତୃତ୍ୱ ନେଇଥିଲେ । ରୋଭର୍‌ ଲ୍ୟାଣ୍ଡିଂ ସମୟରେ ସେ କଠିନ ପରିସ୍ଥିତିର ସାମ୍ନା କରିଥିଲେ । ସଫଳ ଲ୍ୟାଣ୍ଡିଂ ପରେ ସ୍ୱାତୀ ନାସାର ମୁଖ୍ୟାଳୟରେ କହିଛନ୍ତି ଯେ, ଟଚ୍‌ଡାଉନ୍‌ ପର୍ଫମ ହୋଇଯାଇଛି । ପର୍ସିଭରେନ୍ସ ସଫଳତା ପୂର୍ବକ ମଙ୍ଗଳ ଗ୍ରହକୁ ଛୁଇଁଛି । ଏବେ ବଞ୍ଚିଥିବା ଜୀବନ ସମ୍ପର୍କରେ ଏହା ଖୋଜିବା ଆରମ୍ଭ କରିବ । କମ ବୟସରେ ସେ ଷ୍ଟାର ଟ୍ରେକର ସରିଜକୁ ନେଇ ଖୁବ ପ୍ରଭାବିତ ହୋଇଥିଲେ ।

ସେ କର୍ଣ୍ଣଲ ୟୁନିଭର୍‌ସିଟିରୁ ମେକାନିକାଲ୍‌ ଇଞ୍ଜିନିୟରିଂରେ ବିଏସି ପରେ ସେ ଏରୋନେଟିକ୍ସରେ ଏମଏସ ଏବଂ ଏମଆଇଟିରୁ ପିଏଚଡି କରିଥିଲେ । ଏହି ରୋଭର ମାଟି ତଳେ ପାଣିର ସନ୍ଧାନ ଓ ଜୀବନ ସନ୍ଧାନ ଏବଂ ତତ୍ ସମ୍ବନ୍ଧିତ ଅନୁସନ୍ଧାନ କରିବ । ଏହି ରୋଭର ମଙ୍ଗଳରେ ୧୦ ବର୍ଷ କାମ କରିପାରିବ । ଏଥିରେ ରୋଭରର ୧୦ ଫୁଟ ବିଶିଷ୍ଟ ରୋବୋଟିକ ବାହୁ, ୨୩ ଟି କ୍ୟାମେରା ରହିଥିବା ନାସା କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ