ଗୁପଚୁପର ମଜା ନେଲେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଦୁଇ ଦିନ ପାଇଁ ଭାରତ ଗସ୍ତରେ ଆସିଛନ୍ତି । ଆଉ ଏହି ସମୟରେ ସେ ଭାରତର ସଂସ୍କୃତି ଏବଂ ଖାଦ୍ୟକୁ ଉପଭୋଗ କରୁଛନ୍ତି। ତେବେ ସୋମବାର ସେ ଗୁପଚୁପ , ଲସି ଏବଂ ଆମ୍ ପନ୍ନାର ସ୍ୱାଦ ନେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ପହଞ୍ଚି ସେଠାରେ ଭାରତୀୟ ଖାଦ୍ୟର ସ୍ବାଦ ଚାଖିଥିଲେ। ଗୁପଚୁପ , ଆମ୍ ପନ୍ନା ଏବଂ ଲାସି ପିଉଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ସେ ମସଲାଯୁକ୍ତ ଭାରତୀୟ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି।

ଏଥି ସହିତ ଅନେକ ଲୋକ ସୋସିଆଲ ମିଡିଆରେ ଟ୍ୱିଟ କରି ଚିନ୍ତା ପ୍ରକଟ କରିଛନ୍ତି ଯେ ରାଗ ଏବଂ ଖଟା ଭାରତୀୟ ଖାଦ୍ୟ ସାମଗ୍ରୀ ଖାଇବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବନି ତ? ତେବେ ଭିଡିଓରେ ଦେଖି ଯାହା ଲାଗୁଛି ତାଙ୍କୁ ମସଲାଯୁକ୍ତ ଖାଦ୍ୟ ଖାଇବାରେ କୌଣସି ଅସୁବିଧା ଥିବା ହେଉ ନାହିଁ। ପ୍ରଧାନମନ୍ତ୍ରୀ ମଧ୍ୟ ହସି ହସି ତାଙ୍କ ସହ କଥା ହେବା ସହ ବୁଦ୍ଧ ପାର୍କରେ ଗୁପଚୁପର ମଜା ନେଇଥିଲେ । ତେବେ ଏହାର ଭିଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ମୋ ସାଙ୍ଗ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଗୁପଚୁପ ସହ ଭାରତୀୟ ଖାଦ୍ୟର ମଜ୍ଜା ନେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ