Masthead

ଟି-ଟ୍ୱେଣ୍ଟି ବିଶ୍ୱକପ: ଆଜି ସ୍କଟଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଜି ସ୍କଟଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ସନ୍ଧ୍ୟା ୭ଟାରେ ଦୁବାଇରେ ଖେଳାଯିବ ଏହି ମ୍ୟାଚ । ଆଜିର ମ୍ୟାଚକୁ ଜିତି ସେମିଫାଇନାଲ ପ୍ରବେଶ କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଚଳିତ ଟି-୨୦ ବିଶ୍ବକପରେ ପ୍ରଥମ ଦୁଇଟି ମ୍ୟାଚରେ ଶୋଚନୀୟ ପରାଜୟ ହୋଇଥିଲା । ତୃତୀୟ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ଏକ ଦମଦାର ବିଜୟ ଲାଭ କରିଥିଲା ଭାରତ। କର ବା ମର ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲ ଯିବା ଆଶା ଉଜ୍ଜିବୀତ ରଖିଛି ଟିମ୍ ଇଣ୍ଡିଆ ।

ଆଫଗାନିସ୍ତାନ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲା ଭାରତ । ବ୍ୟାଟିଂ କ୍ଷେତ୍ରରେ ଦୁଇ ଓପନର ରୋହିତ ଶର୍ମା ଓ କେ ଏଲ ରାହୁଲ ଶତକୀୟ ପାର୍ଟନରସିପ୍ କରିଥିଲେ । ଏହାପରେ ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଧୁଆଁଧାର ଫିନିସିଂ କରିଥିଲେ । ତେବେ ଆଫଗାନିସ୍ତାନ ବିପକ୍ଷରେ ବିଜୟ ପରେ ଆଜି ସ୍କଟଲାଣ୍ଡ ବିପକ୍ଷରେ ମଧ୍ୟ ସେହି ଫର୍ମ ବଜାୟ ରଖିବାକୁ ଚେଷ୍ଟା କରିବ ବିରାଟ ବ୍ରିଗେଡ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ