ଖାଇଗଲେ ସରକାରୀ ଟଙ୍କା

କୋଣାର୍କ, (ବଡ଼ ଖବର ବ୍ୟୁରୋ): ବାଟମାରଣା ହେଉଛି ସରକାରୀ ଟଙ୍କା । ଲୋକଙ୍କ ସୁବିଧା ଲାଗି ସରକାର କୋଟି କୋଟି ଟଙ୍କା ରାଜକୋଷରୁ ବ୍ୟୟ କରୁଛନ୍ତି । କିଛି ମୁଷ୍ଟିମେୟ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଲାଗି ବାଟମାରଣା ହେଉଛି କୋଟି କୋଟି ଟଙ୍କା । ପୁରୀ ଜିଲ୍ଲା ଗୋପ ବ୍ଲକ ସୋରଭା ପଞ୍ଚାୟତରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ । ବିଭିନ୍ନ ସରକାରୀ ଯୋଜନାରେ ଆସିଥିବା ଅର୍ଥକୁ ସରପଞ୍ଚ ଓ ତାଙ୍କର କିଛି ସମର୍ଥକ ମିଶି ଆତ୍ମସାତ କରିଥିବା ଅଭିଯୋଗ ହେଉଛି ।

ରାସ୍ତ, ଗାଧୁଆ ତୁଠ, ଶ୍ମଶାନ ଘାଟ, ପାନୀୟ ଜଳଟ୍ୟାଙ୍କ ଓ ନଦୀତୁଠ ପାହାଚ କାମ ଲାଗି ମଞ୍ଜୁର ହୋଇଛି ଲକ୍ଷାଧିକ ଟଙ୍କା । କାମ ନ କରାଇ ସରପଞ୍ଚ ବିଲ କରାଇ ଟଙ୍କା ଆତ୍ମସାତ କରିଛନ୍ତି । କିଛି ସରକାରୀ କର୍ମଚାରୀଙ୍କୁ ହାତ କରି ଏଭଳି କରୁଛନ୍ତି ସରପଞ୍ଚ । ଶ୍ମଶାନଘାଟ ଲାଗି ଆସିଥିବା ଟଙ୍କାକୁ ବ୍ୟକ୍ତିଗତ କାମରେ ଲଗାଇଥିବା ମାନିଛନ୍ତି ସରପଞ୍ଚଙ୍କ ଖାସଲୋକ ଅବନୀ ବେହେରା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ନିରପେକ୍ଷ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!