Masthead

ତାଲିବାନ ମୁଖିଆ: ମୁଲ୍ଲା ବରାଦର

(ବଡ଼ ଖବର ବ୍ୟୁରୋ): ଶନିବାର ତାଲିବାନର ନୂଆ ସରକାର । ମୁଖିଆ ହେବେ ମୁଲ୍ଲା ବରାଦର । ୧୯୯୬ ରୁ ୨୦୦୧ ତାଲିବାନ ସରକାରରେ ବରାଦର ଥିଲେ ରକ୍ଷାମନ୍ତ୍ରୀ । ତେବେ ମୁସଲିମ୍ ଧର୍ମଗୁରୁଙ୍କୁ ନେଇ ଗଠିତ ସୁରା ସମିତି ହାତରେ ରହିବ କ୍ଷମତା । ଏପଟେ କାଶ୍ମୀର ପ୍ରସଙ୍ଗରେ ତାଲିବାନ ସ୍ବର ବଦଳାଇଛି । ତାର ଅସଲ ରଙ୍ଗ ଦେଖାଇ ତାଲିବାନ କହିଛି , କାଶ୍ମୀର ସମେତ ସାରା ବିଶ୍ବର ମୁସଲିମଙ୍କ ପାଇଁ ଆମେ ସ୍ବର ଉଠାଇବୁ । ସେହିପରି ଚୀନକୁ ସବୁଠୁ ଗୁରୁତ୍ବପୂର୍ଣ୍ଣ ପାଟର୍ନର କହିବା ସହ ଆଫଗାନିସ୍ତାନରେ ନିବେଶ ଲାଗି ଆମନ୍ତ୍ରଣ କରିଛି ତାଲିବାନ ।

ଚୀନର ୱାନ୍ ବେଲ୍ଟ ୱାନରୋଡକୁ ସହଯୋଗ କରିବା ସହ, ଚୀନ ପାଇଁ ଆଫଗାନିସ୍ତାନ ତମ୍ବା ଖଣି ଖୋଲି ଦେଇଛି ତାଲିବାନ । ଆଫଗାନିସ୍ତାନରେ ତାଲିବାନ ସରକାରର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ । ନୂଆ ସରକାରର କମାଣ ସମ୍ଭାଳିବ ମୁଲ୍ଲା ବରାଦର । ତାଲିବାନ ସଂଗଠନରେ ବରାଦର ଦ୍ବିତୀୟ ନମ୍ବର ନେତା । ୧୯୯୬ରୁ ୨୦୦୧ ତାଲିବାନ ସରକାରରେ ବରାଦର ଥିଲା ରକ୍ଷାମନ୍ତ୍ରୀ । ୨୦୦୧ରେ ଆଫଗାନିସ୍ତାନକୁ ଆମେରିକା କବଜା କରିବା ପରେ ବରାଦର ଚାଲି ଯାଇଥିଲା ପାକିସ୍ତାନ ।

୨୦୧୮ରେ ଦୋହାରେ ତାଲିବାନ ରାଜନୈତିକ ଅଫିସ୍ ଖୋଲିବା ପରେ ବରାଦର ନେତୃତ୍ବରେ ଆମେରିକା ସହ ଶାନ୍ତି ବାର୍ତ୍ତା ହୋଇଥିଲା । ସୂତ୍ର ଅନୁଯାୟୀ ସରକାରରେ ୨୫ଜଣ ମନ୍ତ୍ରୀ ରହିବେ । ତେବେ ୧୨ ମୁସଲିମ୍ ଧର୍ମଗୁରୁଙ୍କୁ ନେଇ ଗଠିତ ସୁରା ସମିତି ହାତରେ ରହିବ କ୍ଷମତା । ଏହି ସମିତି ସରକାରଙ୍କୁ ପରାମର୍ଶ ଦେବ । ତାଲିବାନର ସୁପ୍ରିମଲିଡର ହିବାତୁଲ୍ଲା ଅଖୁନଜାଦା ଧର୍ମୀୟ ମାମଲାର ମୁଖ୍ୟ ରହିବ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା