Masthead

ମୁଁ ନିର୍ବାଚନ ଲଢ଼ିବାକୁ ଚାହୁଁଛି: ତାମିଲସାଇ ସୁନ୍ଦରରାଜନ

ତେଲେଙ୍ଗାନା(ବଡ଼ ଖବର ବ୍ୟୁରୋ): ବିଜେପିରେ ମିଶିଲେ ତାମିଲସାଇ ସୁନ୍ଦରରାଜନ । ଦୁଇ ଦିନ ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ଏବେ ସେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ବଢ଼ିଛି। ତାମିଲନାଡ଼ୁରୁ ତାଙ୍କୁ ଦଳ ନିର୍ବାଚନରେ ଓହ୍ଲାଇପାରେ ବୋଲି କୁହାଯାଉଛି। ବିଜେପିରେ ଯୋଗଦେବା ପରେ ସୁନ୍ଦରରାଜନ ଭବିଷ୍ୟତ ଯୋଜନା ବିଷୟରେ କହିଛନ୍ତି, ମୁଁ ନିର୍ବାଚନ ଲଢ଼ିବାକୁ ଚାହୁଁଛି। ମୁଁ ମୋର ଇଚ୍ଛା ବିଷୟରେ ଦଳକୁ ଅବଗତ କରାଇଛି। ମୁଁ ଖୁସି ଯେ ପୁଣିଥରେ ମୋତେ ସଦସ୍ୟତା ମିଳିଛି। ମୋ ପାଇଁ ଏହା ସବୁଠାରୁ ବଡ଼ ଖୁସିର ଦିନ। ରାଜ୍ୟପାଳ ପଦରୁ ଇସ୍ତଫା ଦେବା ଏକ ବଡ଼ ନିଷ୍ପତ୍ତି ଥିଲା। କାରଣ ରାଜ୍ୟପାଳ ହିସାବରେ ମୋ’ ପାଖରେ ଅନେକ ସୁବିଧା ଥିଲା। ହେଲେ ମୁଁ ତାକୁ ଛାଡ଼ିଛି। ଏଥିପାଇଁ ଟିକେ ହେଲେ ବି ଦୁଃଖ ନାହିଁ । ଏହାଛଡ଼ା ଆଗାମୀ ଦିନରେ ତାମିଲନାଡ଼ୁରେ ପଦ୍ମ ଆସିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ