Masthead

ପୋଲିସ ହାତରେ ନାବାଳକ ରୋମିଓ

ଟାଙ୍ଗୀ (ବଡ଼ ଖବର ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ପାରିଓରଡ଼ ଗାଁରୁ ଆସିଛି ଏକ ଅଭାବନୀୟ ଘଟଣା । ପାରିଓରଡ଼ ଗାଁ ନିକଟସ୍ଥ ଭାସ୍କରପୁର ଗାଁର ଜଣେ ଶିକ୍ଷୟିତ୍ରୀଙ୍କ ପାଖକୁ ଟ୍ୟୁସନ ହେବା ପାଇଁ ଯାଇଥାନ୍ତି ୭ବର୍ଷର ନାବାଳିକା । ଛାତ୍ରୀଙ୍କୁ ନେବା ଆଣିବା କରିଥାନ୍ତି ତାଙ୍କ ଭାଇ। ଗତକାଲି ସନ୍ଧ୍ୟାରେ ଛାତ୍ରୀଙ୍କ ଭାଇ ଆସି ନଥିଲେ । ବାଧ୍ୟ ହୋଇ ଶିକ୍ଷୟିତ୍ରୀ ତାଙ୍କର ଜଣେ ୧୫ବର୍ଷର ଛାତ୍ରଙ୍କୁ ଛାତ୍ରୀଙ୍କ ସହ ତାଙ୍କ ଗାଁକୁ ପଠାଇ ଥିଲେ । ହେଲେ ରାସ୍ତା ମଝିରେ ଥିବା ଏକ କାଜୁ ବଗିଚାରେ ଛାତ୍ର ଜଣକ ଛାତ୍ରୀକୁ ଅସଦାଚରଣ ଉଦ୍ୟମ କରିଥିଲେ । ଛାତ୍ରୀ ଜଣକ ବିକଳରେ ପାଟି କରିଥିଲେ। ସେହି ସମୟରେ ରାସ୍ତାରେ ଯାଉଥିବା କିଛି ଲୋକ ଘଟଣାସ୍ଥଳରେ ପହଞ୍ଚିବାରୁ ଅଭିଯୁକ୍ତ ଛାତ୍ର ଜଣକ ସେଠାରୁ ଚମ୍ପଟ ମାରିଥିଲେ ।

ନାବାଳିକା ଛାତ୍ରୀଟି କାନ୍ଦି କାନ୍ଦି ଘରେ କହିଥିଲେ ସମସ୍ତ କଥା । ତାଙ୍କ ବାପା କିଛି ଭଦ୍ର ଲୋକଙ୍କୁ ନେଇ ଅଭିଯୁକ୍ତଙ୍କ ଘରକୁ ଯାଇଥିଲେ। ହେଲେ ତାଙ୍କ ମାଆ ଭଦ୍ର ଲୋକମାନଙ୍କୁ ଅସଦ୍ ଭାଷାରେ ଗାଳିଗୁଲଜ କରିବା ସହ ଯାହା କରିବାର ଅଛି କର ବୋଲି କହିଥିଲେ । ବାଧ୍ୟ ହୋଇ ପୀଡ଼ିତାଙ୍କ ବାପା ଟାଙ୍ଗୀ ଥାନାରେ ଏତଲା ଦେଇଥିଲେ। ଏତଲା ପାଇବା ପରେ ପୋଲିସ ଆରମ୍ଭ କରିଥିଲା କାର୍ଯ୍ୟାନୁଷ୍ଠାନ । ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା ପୋଲିସ । ପରେ ନାବାଳକ ଅଭିଯୁକ୍ତକୁ ଥନାରେ ପଚରାଉଚରା କରାଯାଉଛି ବୋଲି ଥାନା ଅଧିକାରୀ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର