Masthead

କରୋନା ଉଜାଡିଛି କୁଳ ବେଉସା

ଟାଙ୍ଗୀ, (ବଡ଼ ଖବର ବ୍ୟୁରୋ): ଆଉ ଦିନ କେଇଟା ପରେ ଦୀପାବଳି ‌। ଦୀପାବଳିକୁ ନେଇ ତତ୍ପର କୁମ୍ଭାର ପରିବାର। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡ଼ପାରୀ ପଞ୍ଚାୟତ ଅହିଅରା ଗାଁରେ ରୁହନ୍ତି ୭ କୁମ୍ଭାର ପରିବାର । ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ଏମାନେ । ମୁଖ୍ୟତଃ ଦୀପାବଳି ସମୟରେ ଏମାନେ ଦୀପ ତିଆରି କରି ଅଧିକ ଦି’ ପଇସା ପାଇଥାନ୍ତି । କିନ୍ତୁ ଚଳିବର୍ଷ କରୋନା କଟକଣା ସବୁକିଛି ସାରିଦେଇଛି ।


ଟଙ୍କା ନ ଥିବାରୁ ଧାର କରଜ କରି ଏମାନେ ଆରମ୍ଭ କରିଛନ୍ତି ଦୀପ ତିଆରି କାମ । ବଜାରରେ ମହମବି ଓ ଲିଚୁ ଲାଇଟର ଚାହିଦା ବଢୁଥିବାରୁ ମାଟିଦୀପ ବିକ୍ରି ହେବ କି ନାହିଁ ଚିନ୍ତାରେ ଏହି କୁମ୍ଭାର ପରିବାର । ଯେଉଁ ଦୀପ ଦିନେ ବର୍ଷସାରା ରୋଜଗାର ଦେଉଥିଲା ଆଜି ତାହା ସେମାନଙ୍କ ଲାଗି ସମସ୍ୟା ପାଲଟିଛି । ସେପଟେ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଦୁର୍ଦ୍ଦିନରେ ଦିନ କାଟୁଥିବା କହିଛନ୍ତି କୁମ୍ଭାର ପରିବାର। ଆଗକୁ ଯଦି ପ୍ରଶାସନ କୁମ୍ଭାର ପରିବାରକୁ ଦୃଷ୍ଟି ନ ଦିଅନ୍ତି ତେବେ ଆଉ ଦୀପ ତିଆରି କରିବେ ନାହିଁ ବୋଲି କହିଛନ୍ତି ଏମାନେ । ଏବେ ଦେଖିବାକୁ ବାକି ରହିଲା କେବେ ଏମାନଙ୍କ ଉପରେ ପଡ଼ୁଛି ସରକାରଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି