Masthead

କରୋନା ଉଜାଡିଛି କୁଳ ବେଉସା

ଟାଙ୍ଗୀ, (ବଡ଼ ଖବର ବ୍ୟୁରୋ): ଆଉ ଦିନ କେଇଟା ପରେ ଦୀପାବଳି ‌। ଦୀପାବଳିକୁ ନେଇ ତତ୍ପର କୁମ୍ଭାର ପରିବାର। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡ଼ପାରୀ ପଞ୍ଚାୟତ ଅହିଅରା ଗାଁରେ ରୁହନ୍ତି ୭ କୁମ୍ଭାର ପରିବାର । ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ଏମାନେ । ମୁଖ୍ୟତଃ ଦୀପାବଳି ସମୟରେ ଏମାନେ ଦୀପ ତିଆରି କରି ଅଧିକ ଦି’ ପଇସା ପାଇଥାନ୍ତି । କିନ୍ତୁ ଚଳିବର୍ଷ କରୋନା କଟକଣା ସବୁକିଛି ସାରିଦେଇଛି ।


ଟଙ୍କା ନ ଥିବାରୁ ଧାର କରଜ କରି ଏମାନେ ଆରମ୍ଭ କରିଛନ୍ତି ଦୀପ ତିଆରି କାମ । ବଜାରରେ ମହମବି ଓ ଲିଚୁ ଲାଇଟର ଚାହିଦା ବଢୁଥିବାରୁ ମାଟିଦୀପ ବିକ୍ରି ହେବ କି ନାହିଁ ଚିନ୍ତାରେ ଏହି କୁମ୍ଭାର ପରିବାର । ଯେଉଁ ଦୀପ ଦିନେ ବର୍ଷସାରା ରୋଜଗାର ଦେଉଥିଲା ଆଜି ତାହା ସେମାନଙ୍କ ଲାଗି ସମସ୍ୟା ପାଲଟିଛି । ସେପଟେ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଦୁର୍ଦ୍ଦିନରେ ଦିନ କାଟୁଥିବା କହିଛନ୍ତି କୁମ୍ଭାର ପରିବାର। ଆଗକୁ ଯଦି ପ୍ରଶାସନ କୁମ୍ଭାର ପରିବାରକୁ ଦୃଷ୍ଟି ନ ଦିଅନ୍ତି ତେବେ ଆଉ ଦୀପ ତିଆରି କରିବେ ନାହିଁ ବୋଲି କହିଛନ୍ତି ଏମାନେ । ଏବେ ଦେଖିବାକୁ ବାକି ରହିଲା କେବେ ଏମାନଙ୍କ ଉପରେ ପଡ଼ୁଛି ସରକାରଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ