Masthead

ଭୟଙ୍କର ରୂପ ନେଉଛି ‘ତାଉତେ’

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ତାଣ୍ଡବ ରଚିଲା ମହାବାତ୍ୟା ତାଉତେ । ଗୁଜୁରାଟ ତଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିଲା ବାତ୍ୟା ‘ତାଉତେ’ । ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଦୁଇ ଘଣ୍ଟା ପର୍ୟ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡ଼ିଛି। ଏହା କେବଳ ଗୁଜୁରାଟରେ ପ୍ରଭାବ ପକାଇନି, ବାତ୍ୟାର ପ୍ରଭାବରେ ଗୋଆ ଓ ମହାରାଷ୍ଟ୍ରରେ ମଧ୍ୟ ତାଣ୍ଡବଲୀଳା ରଚିଛି । ସାଇକ୍ଲୋନ୍ ‘ତାଉତେ’ ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବା ପୂର୍ବରୁ ଅତ୍ୟନ୍ତ ଭୀଷଣ ଘୂର୍ଣ୍ଣିବାତ୍ୟାରେ ରୂପ ନେଇଛି । ଗୁଜରାଟ ଉପକୂଳ ଦେଇ ଅତିକ୍ରମ କରିବା ସମୟରେ ଘଣ୍ଟା ପ୍ରତି ଅତିକମରେ୧୫୫ କିମି ଏବଂ ଅତି ବେଶିରେ ୧୮୫ କିମି ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି । ଲ୍ୟାଣ୍ଡଫଲ ଚାଲିଥିବାବେଳେ ସୌରାଷ୍ଟ୍ରର ଅନେକ ଅଞ୍ଚଳ ଏଥିରେ ଅଧିକ କ୍ଷତିଗ୍ରସ୍ତ ହେବ । ବିଶେଷକରି ପୋରବନ୍ଦର, ଦାମନ- ଡ୍ୟୁ, ଜୁନାଗଡ, ଭାବନଗର, ଅହମ୍ମଦାବାଦରେ ବାତ୍ୟାର ଅଧିକ ପ୍ରଭାବ ପଡିବ ।


ବାତ୍ୟା ପ୍ରଭାବରେ ଦକ୍ଷିଣ ଗୁଜରାଟ ଓ ସୌରାଷ୍ଟ୍ର ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି । ଅନେକ ସ୍ଥାନରେ ବାତ୍ୟା ପ୍ରଭାବରେ ଅନେକ ଗୁଡ଼ିଏ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳୁଛି । ଏହାଫଳରେ ଉପକୂଳବର୍ତ୍ତି ଅଞ୍ଚଳର ଖାଲୁଆ ସ୍ଥାନରେ ପାଣି ଜମିବା ସହ ଅନେକ ନଦୀରେ ବନ୍ୟା ଆସିବା ନେଇ ଆକଳ ନ କରିଛି ପାଣିପାଗ ବିଭାଗ । ପ୍ରବଳ ପବନ ସମୟରେ କଚ୍ଚା ଘର ସହ ବିଦ୍ୟୁତ୍ ଖୁଣ୍ଟ, ଟେଲିଫୋନ୍ ଖୁଣ୍ଟି ଭାଙ୍ଗିବାର ସମ୍ଭାବନା ରହିଛି । ସେହିଭଳି ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇପାରେ ଜାତୀୟ ରାଜପଥ ଓ ରେଲଓ୍ବେ ଲାଇନ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି