Masthead

ଆନ୍ଦୋଳନରେ ଶିକ୍ଷକ, ପ୍ରଭାବିତ ହେଉଛି ପାଠପଢା

ନାକଟିଦେଉଳ(ବଡ଼ କବର ବ୍ୟୁରୋ): ଓଡିଶା ପ୍ରାଥମିକ ଶିକ୍ଷକ ଫେଡେରେସନର ଡାକରାରେ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକ ମାନେ ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଗତ ୮ତାରିଖଠାରୁ ଏହି ପ୍ରାଥମିକ ଶିକ୍ଷକ ମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଆନ୍ଦୋଳନକୁ ଜାରି ରଖିଛନ୍ତି l ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ପ୍ରାଥମିକ ଶିକ୍ଷକ ମାନେ ମଧ୍ୟ ସଂଘର ଆହ୍ୱାନକୁ ସମର୍ଥନ ଜଣାଇଛନ୍ତି l

ଏନପିଏସ ଶିକ୍ଷକ ସଂଘର ଜିଲ୍ଲା ସଭାପତି ପ୍ରମୋଦ କୁମାର ପ୍ରଧାନ,ବ୍ଲକ ସଭାପତି ଗୁରୁଚରଣ ବିଶ୍ୱାଳ,ସଂପାଦକ ମହେଶ୍ୱର ପ୍ରଧାନ,ଲୋକନାଥ ସାମଲ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅଶ୍ୱିନୀ କର ପ୍ରମୁଖଙ୍କ ନେତୃତ୍ୱରେ ବ୍ଲକର ୨୫୦ଜଣ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ବି ଇ ଓ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି l ଶିକ୍ଷକ ମାନେ ସ୍କୁଲ ନଯାଇ ଏହି ଆନ୍ଦୋଳନରେ ସାମିଲ ହେବା ଫଳରେ ନାକଟିଦେଉଳ ବ୍ଲକର ୧୨୦ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢା ପ୍ରଭାବିତ ହୋଇଥିବା ବେଳେ ୨୦ଟି ବିଦ୍ୟାଳୟରେ ପାଠ ପଢା ସମ୍ପୂର୍ଣ୍ଣ ଠପ ହୋଇ ପଡ଼ିଥିବା ଜଣାପଡିଛି l ତେବେ ସରକାର ସେମାନଙ୍କ ଏହି ନ୍ୟାଯ୍ୟ ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆ ଯାଇଛି l

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ