Masthead

ଶିକ୍ଷକ ନିଯୁକ୍ତି ଘୋଟାଲା, ୧୯୧୧ କର୍ମଚାରୀ ବରଖାସ୍ତ

କୋଲକାତା (ବଡ଼ ଖବର ବ୍ୟୁରୋ): ୧୦ ମିନିଟରେ ୧୯୧୧ କର୍ମଚାରୀଙ୍କୁ ବରଖାସ୍ତ । ବରଖାସ୍ତ କରିବା ପାଇଁ କଲିକତା ହାଇକୋର୍ଟର ଜଷ୍ଟିସଙ୍କୁ ଲାଗିଛି ମାତ୍ର ୧୦ ମିନିଟ । ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡଦ୍ୱାରା ନିଯୁକ୍ତ ଗ୍ରୁପ୍ ଡି ବର୍ଗର ୧୯୧୧ କର୍ମଚାରୀଙ୍କୁ ବରଖାସ୍ତ କରିଛନ୍ତି କଲିକତା ହାଇକୋର୍ଟ । ଏହି ୧୯୧୧ ପିଅନ, ମାଟ୍ରନ ଓ ଲାବ୍ ଆଟେଣ୍ଡାଣ୍ଟଙ୍କୁ ତକ୍ରାଳ ଚାକିରିରୁ ବିଦା କରିଦେବା ପାଇଁ ଜଷ୍ଟିସ୍ ଗାଙ୍ଗୁଲି ଶୁକ୍ରବାର ଫୈସଲା ଶୁଣାଇଛନ୍ତି । ନିଯୁକ୍ତି ପରଠାରୁ ଏପର୍ଯ୍ୟନ୍ତ ଏମାନେ ଦରମା ଆକାରରେ ଯେତିକି ନେଇଛନ୍ତି, ସେ ସବୁକୁ କିସ୍ତିରେ ଫେରାଇବେ । ଏହାସହିତ ହାଇକୋର୍ଟଙ୍କ ଦ୍ୱାରା ଏପର୍ଯ୍ୟନ୍ତ ୨୫୨୦ ଜଣ ଗ୍ରୁପ୍ ଡି ଚାକିରିଆ ବରଖାସ୍ତ ହେଲେଣି ।

ଗତ ନଭେମ୍ବରରେ ହାଇକୋର୍ଟ ୬୦୯ ନିଯୁକ୍ତିକୁ ରଦ୍ଦ କରିଦେଇଥିଲେ । ଖୁବଶିଘ୍ର ୮୦୩ ଶିକ୍ଷକଙ୍କ ଚାକିରି ଯିବା ଏକପ୍ରକାର ସୁନିଶ୍ଚିତ ବୋଲି ଜଣାପଡିଛି । ଶିକ୍ଷା ବିଭାଗ ପକ୍ଷରୁ ଗ୍ରୁପ୍ ଡି ପରୀକ୍ଷା ଫଳରେ ହେର୍ଫେର୍ କରାଯାଇ ବେଆଇନ ଭାବେ ଏମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ପରୀକ୍ଷା ୨୦୧୬ରେ ହୋଇଥିଲା । ପୂର୍ବୋକ୍ତ ୧୯୧୧ ପରୀକ୍ଷାର୍ଥୀଙ୍କ ଓଏମ୍ଆର୍ ସିଟରେ ହେରଫେର ପୂର୍ବକ ସେମାନଙ୍କୁ ନିଯୁକ୍ତି ଦେବାଲାଗି ସୁପାରିସ କରାଯାଇଥିଲା । ସୁପାରିସ କରିଥିଲେ ସ୍କୁଲ ସେବା ଆୟୋଗ (ଏସ୍ଏସ୍ସି) ।

ଆୟୋଗଙ୍କ ସର୍ଭରରେ ପରୀକ୍ଷା ଫଳ ହେର୍ଫେର କରାଯାଇଥିଲା । ବରଖାସ୍ତ କର୍ମଚାରୀମାନେ ହାଇକୋର୍ଟଙ୍କ ବିନା ଅନୁମତିରେ କେଉଁଠି ହେଲେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଉଲ୍ଲେଖ କରିପାରିବେ ନାହିଁ । ୨୦୧୬ ପରୀକ୍ଷା ବେଳେ ଏସ୍ଏସ୍ସି ଅଧ୍ୟକ୍ଷ ଥିଲେ ସୁବିରେଶ ଭଟ୍ଟାଚାର୍ୟ୍ୟ । ତାଙ୍କ ପ୍ରତି ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯେଉଁ ଲୋକମାନେ ପରୀକ୍ଷା ଫଳ ହେରଫେର କରିବା ପାଇଁ କହିଥିଲେ, ସେମାନଙ୍କ ନାମ ପ୍ରକାଶ କରିବା ଲାଗି ସୁବିରେଶଙ୍କୁ ହାଇକୋର୍ଟ ଆଦେଶ ଦେଇଛନ୍ତି ।

ଯଦି ସେ ନାମ ପ୍ରକାଶ ନ କରିବେ, କୋର୍ଟ ଧରି ନେବେ ଯେ ସମଗ୍ର କାଣ୍ଡ ସେ ହିଁ କରାଇଛନ୍ତି । ଅଧ୍ୟକ୍ଷ ସୁବିରେଶଙ୍କୁ ଏ ସମ୍ବନ୍ଧରେ ଜେରା କରିବା ପାଇଁ ହାଇକୋର୍ଟ ସିବିଆଇକୁ ନିଦେ୍ର୍ଦଶ ଦେଇଛନ୍ତି । ଯଦି ନିଜ ପରିବାରର ସୁରକ୍ଷା ବିପନ୍ନ ହେବାର ଆଶଙ୍କା ରହୁଛି, ସୁବିରେଶ ଜଣାଇଲେ କେନ୍ଦ୍ରୀୟ ଫୋର୍ସ ଦ୍ୱାରା ତାଙ୍କ ପରିବାରର ସୁରକ୍ଷା ବନେ୍ଦାବସ୍ତ କରାଯିବ ବୋଲି ହାଇକୋର୍ଟ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !