Masthead

ଏନଏସି ଦାବିରେ ୧୨ ଘଣ୍ଟିଆ ଲଇକେରା ବନ୍ଦ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଳକକୁ ସବଡିଭିଜନ ମାନ୍ୟତା ଦାବି ୧୨ ଘଣ୍ଟିଆ ଲଇକେରା ବନ୍ଦ ଡାକରା ଦେଇଛନ୍ତି ଉପଖଣ୍ଡ ଦାବି କ୍ରିୟାନୁଷ୍ଠାନ କମିଟି । ଲଇକେରା ଗ୍ରାମବାସୀ , ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ବ୍ଲକ କୃଷକ ସଂଗଠନ, ବ୍ୟବସାୟୀ ସଂଘ, ଯୁବଗୋଷ୍ଠୀ, ଆଥଲେଟିକ ଆସୋସିଏସନ, ବ୍ଲକ କଳାକାର ସଂଘ, ସମ୍ବିଳିତ ଆଦିବାସୀ ସମାଜ, ପକ୍ଷରୁ ଉପଖଣ୍ଡ ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି।

ଜିଲ୍ଲା ମୁଖ୍ୟାଳୟର କୌଣସି ଉପଖଣ୍ଡ ନ ଥିବା ବେଳେ ଯେ କୌଣସି କାମ ପାଇଁ ହେଲେ ଝାରସୁଗୁଡା ଜିଲ୍ଲା ସଦର ମହକୁମାକୁ ଯିବାକୁ ପଡିଥାଏ। ଜିଲ୍ଲା ମୁଖ୍ୟାଳୟରୁ ଲଇକେରା ବ୍ଲକ ୨୬ କିମି ଦୂରରେ ରହିଥିବା ବେଳେ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳ ପ୍ରାୟ ୬୫ କିମି ରୁ ଅଧିକ ଦୂରରେ। ସରକାର ହାତପାହାନ୍ତାରେ ସରକାରୀ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିବା ବେଳେ ସରକାରୀ ସେବା ପାଇବା ପାଇଁ ଢେର ଦୂରରେ ଗ୍ରାମାଞ୍ଚଳର ଜନସାଧାରଣ। ବ୍ଲକକୁ ସବଡିଭିଜନ ମାନ୍ୟତା ଦେବା ପାଇଁ ସ୍ବର ଉଠୁଛି। ଆଜି ୧୨ ଘଣ୍ଟିଆ ଲଇକେରା ବନ୍ଦ ଡାକରା ଦିଆଯାଇଛି। ସରକାର ଲଇକେରାକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ନ କଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବା ସହିତ ଦୃଢ଼ ପ୍ରତିବାଦ କରି ନିଜର ଦାବି ହାସଲ କରିବାକୁ ପଡିବ ବୋଲି କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା