ପାର୍ଟନରକୁ ହତ୍ୟା କଲେ , ଫ୍ରିଜରେ ରଖିଲେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣିଥରେ ରାଜଧାନୀ ଦିଲ୍ଲୀରୁ ଆସିଛି ଛାତି ଥରାଇ ଦେବା ଭଳି ଘଟଣା। ଜଣେ ୨୪ ବର୍ଷୀୟ ଯୁବକ ତାଙ୍କ ଲିଭ ଇନ୍ ପାର୍ଟନଙ୍କୁ କରିଛନ୍ତି ନିର୍ମମ ହତ୍ୟା । ହତ୍ୟା ପରେ ମୃତଦେହକୁ ନଜଫଗଡ଼ର ମିତ୍ରାଓଁ ଗାଁ ଉପକଣ୍ଠରେ ଥିବା ଏକ ଢାବାର ଫ୍ରିଜ୍‌ ମଧ୍ୟରେ ରଖି ଫେରାର ହୋଇଯାଇଥିଲେ। ଖାଲି ସେତିକି ନୁହେଁ, ଯେଉଁଦିନ ପ୍ରେମିକଙ୍କୁ ହତ୍ୟା କରିଥିଲେ ସେହିଦିନ ଯୁବକ ଜଣଙ୍କ ଆଉ ଜଣେ ଯୁବତୀଙ୍କୁ ବିବାହ ମଧ୍ୟ କରିଥିଲେ।

ଏବେ ପୁଲିସ୍‌ ଯୁବକଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ମୃତ ଯୁବତୀ ଜଣଙ୍କ ହେଲେ ୨୨ ବର୍ଷୀୟ ନିକ୍କି ଯାଦବ। ତାଙ୍କୁ ସାହିଲ ଗେହଲଟ କଶ୍ମୀର ଗେଟ୍‌ ଆଇଏସବିଟି ନିକଟରେ ତଣ୍ଟି ଚିପି ପ୍ରଥମେ ହତ୍ୟା କରିଥିଲେ। ଫେବୃଆରୀ ୯ ଓ ୧୦ରେ ହତ୍ୟାକାଣ୍ଡ ଘଟିଥିଲା। ସାହିଲ କାରରେ ଥିବା ମୋବାଇଲ ଡାଟା କେବୁଲକୁ ବ୍ୟବହାର କରି ନିକ୍କିଙ୍କୁ ହତ୍ୟା କରିଥିଲେ। ହତ୍ୟା କରିବା ପରେ ସେ ନିକ୍କିଙ୍କ ମୃତଦେହକୁ କାର୍‌ ଯୋଗେ ମିତ୍ରାଓଁ ଗାଁ ନିକଟରେ ଥିବା ତାଙ୍କ ଢାବା ନିକଟକୁ ନେଇ ଯାଇଥିଲେ। ଏହାପରେ ସେଠାରେ ଥିବା ଫ୍ରିଜରେ ଏହାକୁ ଲୁଚାଇ ଦେଇଥିଲେ। ମଙ୍ଗଳବାର ପୁଲିସ୍‌ ଢାବାର ଫ୍ରିଜ୍‌ ଭିତରୁ ନିକ୍କିଙ୍କ ମୃତଦେହ ଉଦ୍ଧାର କରିବା ପରେ ସାହିଲଙ୍କୁ ଗିରଫ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!