Masthead

ପାର୍ଟନରକୁ ହତ୍ୟା କଲେ , ଫ୍ରିଜରେ ରଖିଲେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣିଥରେ ରାଜଧାନୀ ଦିଲ୍ଲୀରୁ ଆସିଛି ଛାତି ଥରାଇ ଦେବା ଭଳି ଘଟଣା। ଜଣେ ୨୪ ବର୍ଷୀୟ ଯୁବକ ତାଙ୍କ ଲିଭ ଇନ୍ ପାର୍ଟନଙ୍କୁ କରିଛନ୍ତି ନିର୍ମମ ହତ୍ୟା । ହତ୍ୟା ପରେ ମୃତଦେହକୁ ନଜଫଗଡ଼ର ମିତ୍ରାଓଁ ଗାଁ ଉପକଣ୍ଠରେ ଥିବା ଏକ ଢାବାର ଫ୍ରିଜ୍‌ ମଧ୍ୟରେ ରଖି ଫେରାର ହୋଇଯାଇଥିଲେ। ଖାଲି ସେତିକି ନୁହେଁ, ଯେଉଁଦିନ ପ୍ରେମିକଙ୍କୁ ହତ୍ୟା କରିଥିଲେ ସେହିଦିନ ଯୁବକ ଜଣଙ୍କ ଆଉ ଜଣେ ଯୁବତୀଙ୍କୁ ବିବାହ ମଧ୍ୟ କରିଥିଲେ।

ଏବେ ପୁଲିସ୍‌ ଯୁବକଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ମୃତ ଯୁବତୀ ଜଣଙ୍କ ହେଲେ ୨୨ ବର୍ଷୀୟ ନିକ୍କି ଯାଦବ। ତାଙ୍କୁ ସାହିଲ ଗେହଲଟ କଶ୍ମୀର ଗେଟ୍‌ ଆଇଏସବିଟି ନିକଟରେ ତଣ୍ଟି ଚିପି ପ୍ରଥମେ ହତ୍ୟା କରିଥିଲେ। ଫେବୃଆରୀ ୯ ଓ ୧୦ରେ ହତ୍ୟାକାଣ୍ଡ ଘଟିଥିଲା। ସାହିଲ କାରରେ ଥିବା ମୋବାଇଲ ଡାଟା କେବୁଲକୁ ବ୍ୟବହାର କରି ନିକ୍କିଙ୍କୁ ହତ୍ୟା କରିଥିଲେ। ହତ୍ୟା କରିବା ପରେ ସେ ନିକ୍କିଙ୍କ ମୃତଦେହକୁ କାର୍‌ ଯୋଗେ ମିତ୍ରାଓଁ ଗାଁ ନିକଟରେ ଥିବା ତାଙ୍କ ଢାବା ନିକଟକୁ ନେଇ ଯାଇଥିଲେ। ଏହାପରେ ସେଠାରେ ଥିବା ଫ୍ରିଜରେ ଏହାକୁ ଲୁଚାଇ ଦେଇଥିଲେ। ମଙ୍ଗଳବାର ପୁଲିସ୍‌ ଢାବାର ଫ୍ରିଜ୍‌ ଭିତରୁ ନିକ୍କିଙ୍କ ମୃତଦେହ ଉଦ୍ଧାର କରିବା ପରେ ସାହିଲଙ୍କୁ ଗିରଫ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ