Masthead

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ । ୫ ଦିନ ପରେ ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ । ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି । ୭ ଦିନ ଭିତରେ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଶିକ୍ଷକଙ୍କୁ ପ୍ରତିଶ୍ରୁତି । ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ତରଫରୁ ୭ ଦଫା ଦାବି ନେଇ ଲୋୟର ପିଏମ୍‌ଜିରେ ଦୁଇ ଦିନ ଧରି ବିକ୍ଷୋଭ ସମାବେଶ ହୋଇଥିଲା । ଶିକ୍ଷା ବିଭାଗ ସଚିବ ତଥା କମିଶନର ଏନ୍‌ ତିରୁମାଲା ପାଚିକା ମହାସଂଘ ସହ ଆଲୋଚନା ପରେ ବିକ୍ଷୋଭ ସମାବେଶକୁ ସାମୟିକ ପାଇଁ ସ୍ଥଗିତ ରଖାଗଲା ବୋଲି ମହାସଂଘ ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ସ୍ୱାଇଁ କହିଛନ୍ତି, ପାଚିକାଙ୍କ ନିଯୁକ୍ତିପତ୍ର ପାଇଁ ସରକାର ପଦକ୍ଷେପ ନିଅନ୍ତୁ । ମାସିକ ୧୩୮୬୦ ଟଙ୍କା ପ୍ରଦାନ କରନ୍ତୁ । ଅବସରକାଳୀନ ଭତ୍ତା ୧ଲକ୍ଷ ଟଙ୍କା ପ୍ରଦାନ କରାଯାଉ ବୋଲି ସେ କହିଛନ୍ତି । ସେହିପରି ୫ ଦିନ ଧରି ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି।

ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ ଆଲୋଚନା ପରେ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ସେମାନଙ୍କ ମଧ୍ୟରେ ନିଷ୍ପତ୍ତି ସରିଥିଲା ସମସ୍ତେ ସମୂହ ଛୁଟିରେ ଯିବେ । ହେଲେ ସରକାରଙ୍କ ପକ୍ଷରୁ ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ଧାରଣାସ୍ଥଳରେ ପହଞ୍ଚିଥିଲେ । ଶିକ୍ଷକଙ୍କ ଦାବି ପୂରଣ ନେଇ ସରକାର ସକାରାତ୍ମକ ଥିବା ସେମାନେ କହିଥିଲେ । ଏହାପରେ ଆନ୍ଦୋଳନକାରୀଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀ ଏଥିରେ ସହମତି ପ୍ରକାଶ କରିଥିଲେ । ବିଧାୟକ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନ୍ଦୋଳନସ୍ଥଳରୁ ଯିବା ପରେ ଶିକ୍ଷକଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । କଥା କଟାକଟିଠୁ ଆରମ୍ଭ କରି ଠେଲାପେଲା ହୋଇଥିଲେ । ଆନ୍ଦୋଳନ ଅନୁମତି ନ ଥିବା ସତ୍ତ୍ଵେ ଉତ୍ତେଜନା ସୃଷ୍ଟି କରୁଥିବାରୁ ପୋଲିସ ସେମାନଙ୍କୁ ଘଉଡ଼ାଇଥିଲା । ଏହାପରେ ସମସ୍ତେ ଆନ୍ଦୋଳନସ୍ଥଳରୁ ପଳାଇଥିଲେ । ସଂଘର ପ୍ରମୁଖ ସଦସ୍ୟ ଏକ ହୋଟେଲରେ ବସି ଆଲୋଚନା କରିଥିଲେ । ଏହାପରେ କହିଥିଲେ, ଆନ୍ଦୋଳନକୁ ୭ ଦିନ ପାଇଁ ସ୍ଥଗିତ ରଖାଗଲା । ସରକାର ଯଦି ୭ ଦିନ ମଧ୍ୟରେ ଦାବି ପୂରଣ ନ କରନ୍ତି ତେବେ ରାଜ୍ୟର ସମସ୍ତ ଶିକ୍ଷକ ସମୂହ ଛୁଟିରେ ଯିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବାରବାଟୀରେ ବଡ଼ ଲଢ଼େଇ 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବାରବାଟୀରେ ବଡ଼ ଲଢ଼େଇ 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ