Masthead

ମହା ସମାରୋହରେ ପାଳିତ ହେଲା ହରଭଙ୍ଗା ସାଇ ମନ୍ଦିର ରତ୍ନମୁଦ ଉତ୍ସବ

ହରଭଙ୍ଗା (ବଡ଼ ଖବର ବ୍ୟୁରୋ): ବୌଦ୍ଧ ଜିଲ୍ଲା ହରଭଙ୍ଗାର ନବନିର୍ମିତ ସାଇ ମନ୍ଦିରର ରତ୍ନାମୁଦ ଉତ୍ସବ ହରଭଙ୍ଗା ସାଇ ସଦନ ପକ୍ଷରୁ ମହା ସମାରୋହରେ ପାଳିତ ହୋଇଯାଇଛି । ରତ୍ନମୁଦ ଉତ୍ସବ ଅବସରରେ ଆଜି ପ୍ରାତଃରେ ମହାନଦୀରୁ ପୂର୍ଣ୍ଣଜଳ କୁମ୍ଭ କଳସ ଯାତ୍ରା ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ବତା ବରଣରେ ଯଜ୍ଞ ମଣ୍ଡପରେ ଅବସ୍ଥାପିତ କରାଯାଇଥିଲା ।

 

ଜ୍ୟୋତିଷଙ୍କ ମନ୍ତ୍ର ପାଠ ହରିବୋଲ ହୁଳହୁଳି, ସଂକୀର୍ତନରେ ମନ୍ଦିରର ରତ୍ନ ମୁଦ ସମାପନ ହୋଇଥିଲା । ଏହି ରତ୍ନମୁଦ କାର୍ୟ୍ୟକ୍ରମରେ କର୍ତ୍ତା ଭାବେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂ ଓ ତାଙ୍କ ସହ ଧର୍ମିଣୀ ସ୍ନେହ ଲତା ସିଂ କାର୍ୟ୍ୟଭାର ତୁଲାଇଥିବା ବେଳେ ଏହି ଅବସରରେ ହୋମ ଯଜ୍ଞ, ନାମ ଯଜ୍ଞ, ଅନ୍ନ ଯଜ୍ଞ କରାଯାଇଥିଲା । ଅଂଚଳର ଶହଶହ ଭକ୍ତ ଉକ୍ତ ଉତ୍ସବରେ ଯୋଗ ଦାନ କରିଥିଲେ । ଏହି ମନ୍ଦିର ବୌଦ୍ଧ ଜିଲ୍ଲାର ପ୍ରଥମ ସାଇ ମନ୍ଦିର ହୋଇଥିବା ବେଳେ ପୁରୋହିତ ମନୋରଞ୍ଜନ ମିଶ୍ର, ଲାଲା ତ୍ରିପାଠୀ, ପପୁ ପୁରୋହିତ, ହରି ପୁରୋହିତ ଆଦି ହୋମ ଯଜ୍ଞ, ମନ୍ତ୍ର ପାଠ କରିଥିଲେ । ସନ୍ଧ୍ୟା ରେ କୃଷ୍ଣ ଗୁରୁ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ