Masthead

ଆତଙ୍କୀ ହମଲା ଆଶଙ୍କା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  କୁଖ୍ୟାତ ଆତଙ୍କବାଦୀ ସଂଗଠନ ISIକୁ ସମର୍ଥନ କରୁଥିବା ଆଉ ଏକ ଆତଙ୍କବାଦୀ ସଂଗଠନ ବିଷୟରେ ସୂଚନା ମିଳିଛି । ତେବେ ଏହି ପାକିସ୍ତାନ ଆତଙ୍କବାଦୀ ସଂସ୍ଥା ଆଗକୁ ଏକ ବଡଧରଣର ଆତଙ୍କବାଦୀ ହମଲା କରିବା ନେଇ ସତର୍କ କରାଇ ଦେଇଛି ଗୁଇନ୍ଦା ବିଭାଗ । ସବଠାରୁ ବଡ କଥା ହେଲା ଏହି ଆତଙ୍କବାଦୀ ହିଟ ଲିଷ୍ଟରେ ୨୦୦ରୁ ଅଧିକ ଲୋକ ଅଛନ୍ତି । ସୁରକ୍ଷା ସଂସ୍ଥା, ସେମାନଙ୍କୁ ସୂଚନା ଦେଉଥିବା ଲୋକ, ସରକାରଙ୍କ ସହ ଯୋଗାଯୋଗରେ ଥିବା ଗଣମାଧ୍ୟମ ପ୍ରତିନିଧି, କଶ୍ମୀର ବାହାରର ଲୋକ, କଶ୍ମୀର ପଣ୍ଡିତ ସରକାରୀ ଦଳ ନେତା ଆଦି ରହିଥିବା ଗୁଇନ୍ଦା ସୂଚନା ମିଳିଛି ।

ଗୁଇନ୍ଦା ବିଭାଗ ଆହୁରି ସୂଚନା ପାଇଛି ଯେ ପାକ ଅଧିକୃତ ମୁଜାଫରାବାଦରେ ଗତ ସେପ୍ଟେମ୍ବରରେ ISI ନେତୃତ୍ୱରେ ଅନ୍ୟ ଆତଙ୍କୀ ସଂଗଠନ ମୁଖ୍ୟଙ୍କୁ ନେଇ ଏକ ବୈଠକ ହୋଇଥିଲା । ଯେଉଁଥିରେ ଆତଙ୍କୀ ଆକ୍ରମଣକୁ ନେଇ ଯୋଜନା ହୋଇଥିଲା । ତେବେ ତଙ୍ଗଧାରାରୁ ଏଲଓସି ମାଧ୍ୟମରେ ପିସ୍ତଲ ଏବଂ ଗ୍ରେନଡ ଚୋରା ଚାଲାଣ କରାଯାଉଛି ବୋଲି ଗୁଇନ୍ଦା ଖବର ମିଳିଛି । ଖାଲି ଏତିକି ନୁହେଁ ଏକ ନୂତନ ଆତଙ୍କବାଦୀ ସଂଗଠନ ମଧ୍ୟ ଗଠନ କରାଯାଉଛି ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା