Masthead

ଭେଲେରେ ନଜରକୁ ଆସିବେ ଦାଦା-ପୁତୁରା

ଅଜୟ ଦେବଗନଙ୍କ ପ୍ରଯୋଜନାରେ ବନିବାକୁ ଯାଉଛି ଫିଲ୍ମ ଭେଲେ । ଫିଲ୍ମରେ ଲିଡରେ ନଜର ଆସିବେ ସନ୍ନି ଦେଓଲଙ୍କ ପୁଅ ତଥା ଲେଜେଣ୍ଡାରୀ ଅଭିନେତା ଧର୍ମେନ୍ଦ୍ରଙ୍କ ନାତି କରନ ଦେଓଲ । କରନ ଯିଏକି ବଲିଉଡରେ ନିଜ ଡେବ୍ୟୁଟ କରିଥିଲେ ଫିଲ୍ମ “ପଲ ପଲ ଦିଲ କେ ପାସ” ମାଧ୍ୟମରେ । ଏଥିସହ କରନଙ୍କୁ ପୂରା ଦେଓଲ ପରିବାର ସହ ଦେଖିବାକୁ ମିଳିବ ଅପକମିଙ୍ଗ ଫିଲ୍ମ ଅପନେ-୨ରେ । ଫିଲ୍ମ ଭେଲେରେ କରନଙ୍କ ସହ ଅନ୍ୟତମ ଲିଡ ଭାବରେ ନଜର ଆସିବେ କରନଙ୍କ ଦାଦା ଅଭୟ ଦେଓଲ । ଫିଲ୍ମ ଭେଲେ ୨୦୧୯ର ତେଲୁଗୁ କ୍ରାଇମ ଡ୍ରାମା ମୁଭି “ବ୍ରୋକେଭାରେଭାରୁରା” ର ହିନ୍ଦୀ ରିମେକ ।

ଏହି ତେଲୁଗୁ ମୁଭିର କାହାଣୀ ଆର-୩ ବ୍ୟାଚର ରକି, ରାମ୍ବୋ ଓ ରାହୁଲଙ୍କ ଭଳି ୩ଜଣ ସାଙ୍ଗଙ୍କ କାହାଣୀକୁ ନେଇ ଗଠିତ । ଯେଉଁମାନେକି ପ୍ରତିବର୍ଷ ଫେଲ ହୁଅନ୍ତି ଓ ପୁଣି ପଢିବାକୁ ନିଜକୁ ପ୍ରସ୍ତୁତ କରନ୍ତି । ଭେଲେ ମୁଭିର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଦେଭେନ ମୁଞ୍ଜଲ, ଯିଏକି ପୂର୍ବରୁ “ଚଲତେ ଚଲତେ” ଓ “ଓମ ଶାନ୍ତି ଓମ” ପରି ସୁପରହିଟ ଫିଲ୍ମର ନିର୍ଦ୍ଦେଶନା କରିଛନ୍ତି । ଭେଲେର କାହାଣୀ ଏପର୍ଯ୍ୟନ୍ତ ସରିନାହିଁ । କିନ୍ତୁ ଫିଲ୍ମକୁ ନେଇ ସମସ୍ତେ ଏବେଠାରୁ ଆଶାବାଦୀ । ଫିଲ୍ମଟି ସିନେମା ହଲକୁ ଆସିବା ଆଗରୁ ଅନେକ ଓାର୍କସପରେ ନଜର ଆସିବ ବୋଲି କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡରରେ ଇସ୍ତଫା ଦେଉଛନ୍ତି ପାକିସ୍ତାନୀ ସେନା 🔴 ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ 🔴 ୨୪ ମାଓବାଦୀଙ୍କ ଆତ୍ମସମର୍ପଣ 🔴 ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡ଼ି ଭଙ୍ଗାରୁଜା, ଡ୍ରାଇଭରକୁ ମାଡ଼ 🔴 ଗତକାଲି ରାତିରେ ଏଲଓସିରେ ଗୁଳିବର୍ଷା 🔴 ପରୋପକାର ବ୍ୟକ୍ତି ଗୌନ୍ତିଆ ଦଳଗଞ୍ଜନ ପ୍ରଧାନଙ୍କ ଦେହାନ୍ତ 🔴 ମୋଦି-ରାଜନାଥ ବୈଠକ, ପାକିସ୍ତାନ ଉପରେ ବଦଲା! 🔴 ୪୮ ଘଣ୍ଟାରେ ଭାରତ ଛାଡ଼ିଲେଣି ୫୩୭ ପାକିସ୍ତାନୀ ନାଗରିକ 🔴 ବ୍ୟାନ ହେଲା ୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ 🔴 ସୀମାରେ ପୁଣି ଗୁଳି ବର୍ଷା; ମୁହଁତୋଡ ଜବାବ ଦେଲା ଭାରତ 🔴 ଡରରେ ଇସ୍ତଫା ଦେଉଛନ୍ତି ପାକିସ୍ତାନୀ ସେନା 🔴 ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ 🔴 ୨୪ ମାଓବାଦୀଙ୍କ ଆତ୍ମସମର୍ପଣ 🔴 ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡ଼ି ଭଙ୍ଗାରୁଜା, ଡ୍ରାଇଭରକୁ ମାଡ଼ 🔴 ଗତକାଲି ରାତିରେ ଏଲଓସିରେ ଗୁଳିବର୍ଷା 🔴 ପରୋପକାର ବ୍ୟକ୍ତି ଗୌନ୍ତିଆ ଦଳଗଞ୍ଜନ ପ୍ରଧାନଙ୍କ ଦେହାନ୍ତ 🔴 ମୋଦି-ରାଜନାଥ ବୈଠକ, ପାକିସ୍ତାନ ଉପରେ ବଦଲା! 🔴 ୪୮ ଘଣ୍ଟାରେ ଭାରତ ଛାଡ଼ିଲେଣି ୫୩୭ ପାକିସ୍ତାନୀ ନାଗରିକ 🔴 ବ୍ୟାନ ହେଲା ୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ 🔴 ସୀମାରେ ପୁଣି ଗୁଳି ବର୍ଷା; ମୁହଁତୋଡ ଜବାବ ଦେଲା ଭାରତ