ଶ୍ରୀନଗର (ବଡ଼ ଖବର): ଶ୍ରୀନଗର ଲାଭାପୋରା ନିକଟରେ ସିଆରପିଏଫ୍ ପାଟ୍ରୋଲିଂ ଗାଡି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ଯବାନ ପ୍ରାଣ ହରାଇଥିବାବେଳେ ୩ ଜଣ ଯବାନ ଆହତ ହୋଇଛନ୍ତି।
ସିଆରପିଏଫ ମୁଖପାତ୍ର କହିଛନ୍ତି ଯେ ସେ ଡ୍ୟୁଟିରେ ଥିବାବେଳେ ମାଓବାଦୀମାନେ ଇ-୭୩ ବାଟାଲିୟନକୁ ଟାର୍ଗେଟ କରିଥିଲେ। ଗୁରୁବାର ଦ୍ୱିପ୍ରହର ସମୟରେ ସିଆରପିଏଫ୍ର ଏକ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଆତଙ୍କବାଦୀମାନେ ପାଟ୍ରୋଲିଂ ଗାଡି ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ଯବାନଙ୍କର ମୃତ୍ୟୁ ଘଟିଛି ଏବଂ ୩ ଜଣ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣ ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛ। ଏହି ଆକ୍ରମଣରେ ଲଶ୍କର-ଇ- ତୋଇବା ସମ୍ପୃକ୍ତଥିବା ଅନୁମାନ କରାଯାଉଛି ।