Masthead

ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ । ଏହି ଗୁଳି ବିନିମୟ କୁଲଗାମର ରେଡବାନି ଅଞ୍ଚଳରେ ଚାଲିଛି । ପୋଲିସ ସୂଚନା ଅନୁସାରେ ଦୁଇରୁ ତିନିଜଣ ଆତଙ୍କବାଦୀ ଛପିଥିବା ଆଶଙ୍କା କରାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏହା ତୃତୀୟ ଗୁଳି ବିନିମୟ । ଗୁରୁବାର ଦକ୍ଷିଣ କାଶ୍ମୀରର ଦୁଇଟି ଅଲଗା ଅଲଗା ସ୍ଥାନରେ ଗୁଳି ବିନିମୟ ହୋଇଥିବା ବେଳେ ୪ ଆତଙ୍କବାଦୀ ନିହତ ହୋଇଥିଲେ । ଜାମ୍ମୁ-କାଶ୍ମୀର କୁଲଗାମ ଓ ପୁଲୱାମାରେ ଅଲଗା ଅଲଗା ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ ହୋଇଥିଲେ ।

ଆତଙ୍କବାଦୀ ଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଗୁଳି ବିନିମୟରେ ଲସ୍କର ଏ ତୋଇବାର ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ପୁଲୱାମାରେ ହୋଇଥିବା ଏନକାଉଣ୍ଟରରେ ମଧ୍ୟ ୨ ଆତଙ୍କବାଦୀ ନିହତ ହୋଇଥିଲେ ।

ବିଗତ କିଛିଦିନ ହେଲା ଜାମ୍ମୁ ଘାଟିରେ ଆତଙ୍କବାଦୀ କାର୍ୟ୍ୟକଳାପ ବୃଦ୍ଧି ପାଇଛି । ଗତ ମାସରେ ତ୍ରାଲରେ ଆତଙ୍କବାଦୀ ଏସପିଓ ଫୈୟାଜ୍ ଅହମ୍ମଦ ଓ ତାଙ୍କ ପତ୍ନୀକୁ ହତ୍ୟା କରିଥିଲେ । ଏହା ପୂର୍ବରୁ ଜାମ୍ମୁରେ ଡ୍ରୋନ୍ ଆକ୍ରମଣ ଯୋଗୁଁ ବହୁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଜାମ୍ମୁ ଏୟାରଫୋର୍ସ ଷ୍ଟେସନରେ ଥିବା ହେଲିକପ୍ଟରକୁ କ୍ଷତି ପହଞ୍ଚାଇବାକୁ ଆତଙ୍କବାଦୀ ଲକ୍ଷ୍ୟ ରଖିଛନ୍ତି । ତେବେ ଆତଙ୍କବାଦୀ ଏଥିରେ ସଫଳ ହୋଇନଥିବା ବେଳେ ବଡ଼ ଦୁର୍ଘଟଣା ଟଳିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ