Masthead

ବିବାଦ ପରେ ବଦଳିବ ‘ଆଦିପୁରୁଷ’ ଡାଏଲଗ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):   ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ । ରିଲିଜ ଆରମ୍ଭରୁ ଧମାଲ କରିଛି ଫିଲ୍ମ । ପ୍ରଥମ ଦିନରେ ୧୦୦ କୋଟିର ଦମଦାର କଲେକ୍ସନ । ହିନ୍ଦୀରେ ୩୫ କୋଟି ଆୟ କରିଥିବାବେଳେ ତେଲଗୁରେ ରୋଜଗାର କରିଛି ୫୮.୫୦ କୋଟି । ତେବେ ଫିଲ୍ମ ଦେଖି କିଛି ଦର୍ଶକ ଉସôାହିତ ଥିବାବେଳେ ଆଉ କିଛି ମଧ୍ୟ ଦେଇଛନ୍ତି ବିବାଦୀୟ ବୟାନ । ବିବାଦୀୟ ବୟାନ ବରେ ଏବେ ବଦଳିବ ଆଦିପୁରୁଷର ବିବାଦୀୟ ଡାଇଲଗସ୍ । ଏହା ମଧ୍ୟରେ ଫିଲ୍ମର ଡାଇଲଗରେ ପରିବର୍ତ୍ତନ କରାଯିବା ନେଇ ସୂଚନା ଦେଇଛନ୍ତି ଫିଲ୍ମର ଲେଖକ ମନୋଜ ମୁନ୍ତଶିର । ଟ୍ୱିଟ୍ କରି ସେ କହିଛନ୍ତି, ଦର୍ଶକଙ୍କ ମନୋଭାବକୁ ସମ୍ମାନ ଦେଇ କିଛି ଡାଏଲଗରେ ପରିବର୍ତନ କରିବାକୁ ନିଷ୍ପତି ନିଆଯାଇଛି । ଚଳିତ ସପ୍ତାହ ଭିତରେ ଫିଲ୍ମରେ ନୂଆ ସଂଳାପ ଯୋଡ଼ାଯିବ ବୋଲି କହିଛନ୍ତି ମନୋଜ ମୁନ୍ତସିର ।

୩ ଘଣ୍ଟାର ଫିଲ୍ମରେ ୩ ମିନିଟର କିଛି ଲୋକଙ୍କ କଳ୍ପନା ବାହାରେ ଡାଇଲଗ୍ ଲେଖିଦେଇଥିବି । କିନ୍ତୁ ସେଥିପାଇଁ ମୋତେ ସନାତନ ବିରୋଧୀ କାହିଁକି କୁହାଯାଉଛି । ମୁଁ ପ୍ରଭୁ ଶ୍ରୀରାମଙ୍କ ପାଇଁ ‘ଜୟ ଶ୍ରୀରାମ’, ’ଶିବୋହମ’, ‘ରାମ ସିୟା ରାମ’ ମଧ୍ୟ ଲେଖିଛି କିନ୍ତୁ ସେଥିପ୍ରତି କାହାର ଧ୍ୟାନ ନାହିଁ ।ଆପଣମାନଙ୍କ ଉପରେ ମୋର କୌଣସି ଅଭିଯୋଗ ନାହିଁ । ଆପଣମାନେ ମୋର ଆପଣାର ଥିଲେ ଆପଣାର ରହିବେ । ଯଦି ଆମେ ପରଷ୍ପର ବିରୋଧରେ ଠିଆ ହେବା ତାହାଲେ ସନାତନ ଧର୍ମର ଅପମାନ ହେବ । ଆମେ ‘ଆଦିପୁରୁଷ’ ସନାତନ ଧର୍ମର ସେବା ପାଇଁ ବନାଇଛୁ ।

ଯାହା ଲୋକମାନେ ବହୁସଂଖ୍ୟାରେ ଦେଖୁଛନ୍ତି । ଭବିଷ୍ୟତରେ ମଧ୍ୟ ଦେଖିବେ । ମାନେ ସେପଟେ ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ମାମଲା ରୁଜୁ କରିଛି ହିନ୍ଦୁ ସେନା । ଭଗବାନ ଶ୍ରୀରାମ ଓ ଦେଶର ସଂସ୍କୃତିକୁ ପରିହାସ କରଯାଇଥିବା ଅଭିଯୋଗ ହୋଇଛି । ଆବେଦନରେ କୁହାଯାଇଛି ଫିଲ୍ମରେ ରାବଣ ଓ ହନୁମାନଙ୍କ ଭଳି ଚରିତ୍ରର ଫଟୋ ଭାରତୀୟ ସଭ୍ୟତା ଏବଂ ସଂସ୍କୃତିର ସମ୍ପୂର୍ଣ୍ଣ ବିପରୀତ ଅଟେ । ବିଶେଷକରି ରାବଣଙ୍କ ଚରିତ୍ର ହିନ୍ଦୁ ସମ୍ପ୍ରଦାୟର ଭାବନାକୁ କ୍ଷତି ପହଞ୍ଚାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି