Before Header

ପ୍ରଶାସନ ବୁଝାଇଲା ମାନିଲେ କୃଷକ, ରଖିଲେ ନୂଆ ଦାବି

0 8

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୩ ନୂଆ କୃଷି ଆଇନକୁ ନେଇ ଗତ ୯ମାସ ହେବ ଆନ୍ଦୋଳନ କରୁଛନ୍ତି ଚାଷୀ । ପ୍ରଶାସନ ଏନେଇ କୃଷକ ମାନଙ୍କୁ ବୁଝାଇବାରେ ଲାଗିଛି । ଦିଲ୍ଲୀ ସିଙ୍ଘୁ ସୀମାରେ ୪୪ ନମ୍ବର ଜାତୀୟ ରାଜପତ ଅବରୋଧ କରି ଧାରଣା ଦେଉଛନ୍ତି କୃଷକ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ସୋନିପାତର ଡିସି ଲଲିତ ସିୱାଚ ଏବଂ ଏସପି ଚାଷୀଙ୍କ ସହ ଆଲୋଚନା କରିଛନ୍ତି ।

ସିଙ୍ଘୁ ସୀମାରେ ଚାଷୀଙ୍କ ଆନ୍ଦୋଳନ ପାଇଁ ଲୋକ ମାନେ ଭୋଗୁଥିବା ଅସୁବିଧା ସମ୍ପର୍କରେ ବୁଝାଇଥିଲେ । କୃଷକ ସଂଗଠନ ଏବାବଦରେ ଏକ ଆଲୋଚନା କରି ରାସ୍ତାକୁ ଖାଲି କରିବାକୁ ରାଜି ହୋଇଥିଲେ । କିନ୍ତୁ ଆନ୍ଦୋଳନ କରିବାକୁ ଅନ୍ୟ ଏକ ସ୍ଥାନ ଦେବାକୁ ଦାବି କରିଥିଲେ କୃଷକ ।

Leave A Reply

Your email address will not be published.