Masthead

ସୋସିଆଲ ମିଡିଆ ଡେ’

ନୂଆଦିଲ୍ଲୀ(ବଡ଼ଖବର ବ୍ୟୁରୋ): ଆଗକାଳରେ ଜଣଙ୍କ ପାଖରେ କୌଣସି ଖବର ପହଞ୍ଚିବା ପାଇଁ କି କୌଣସି ଖବର ଜାଣିବା ପାଇଁ ପ୍ରାୟତଃ ୨ରୁ୩ ଦିନ ସମୟ ଲାଗି ଯାଉଥିଲା କିନ୍ତୁ ବର୍ତ୍ତମାନ ଯୁଗ ହେଉଛି ସୋସିଆଲ ମିଡିଆର । କିନ୍ତୁ ବର୍ତ୍ତମାନ ଯୁଗ ସୋସିଆଲ ମିଡିଆର ଯେଉଁଥିପାଇଁ ଆମେ ଗୋଟିଏ ସ୍ଥାନରେ ରହି ଗୋଟିଏ ମୁହୁର୍ତ୍ତ ମଧ୍ୟରେ ସମଗ୍ର ଦୁନିଆର ଖବର ଜାଣିପାରୁଛେ । କେବଳ ଖବର ନୁହେଁ ଖବର ଜାଣିବା ସହ ନିଜ ପ୍ରିୟଜନଙ୍କ ସହ ଯେକୌଣସି ସମୟରେ ଯୋଗଯୋଗ କରିପାରୁଛେ । ଏହାଛଡା ଆଜିକାଲି ସମସ୍ତେ ସୋସିଆଲ ମିଡିଆ ମାଧ୍ୟମରେ ରୋଜଗାର ମଧ୍ୟ କରିପାରୁଛନ୍ତି । ଏହିପରିଭାବେ ସମଗ୍ର ବିଶ୍ୱର ଲୋକଙ୍କ ସହ ଯୋଡି ହୋଇ ରହିବା ପାଇଁ ସୋସିଆଲ ମିଡିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଦୁନିଆ ସହ ସଂଯୋଗ ଯୋଇ ରହିବା ପାଇଁ ଏହା ଏକ ନୂତନ ଦିଗ । ସେଥିପାଇଁ ୨୦୧୦ ମସିହାରୁ ପ୍ରତିବର୍ଷ ଜୁନ୩୦କୁ ସୋସିଆଲ ମିଡିଆ ଦିବସ ରୂପେ ପାଳନ କରାଯାଉଛି । କାରଣ ୨୦୧୦ ଜୁନ୩୦ରେ ମାସେବଲ ୱେସାଇଟ ମାଧ୍ୟମରେ ହୋଇଥିଲା । ଆଜି ହେଉଛି ସୋସିଆଲ ମିଡିଆ ଡେ ବା ସାମାଜିକ ଗଣମାଧ୍ୟମ ଦିବସ । ସୋସିଆଲମିଡିଆ କଥାବାର୍ତ୍ତାର ମାଧ୍ୟମକୁ କମ୍ କରିଦେଇଛି । ଏବେ ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ରୁ୍ୟବ, ହ୍ୱାଟସଆପ ମାଧ୍ୟମରେ ଲୋକେ ସହଜରେ ନିଜ ନିଜ ମଧ୍ୟରେ ଯୋଗାଯୋଗ କରିପାରୁଛନ୍ତି । ଏହି ସାମାଜିକ ଗଣମାଧ୍ୟମ ପ୍ରଥମେ ୧୯୯୭ରେ ଆରମ୍ଭ ହୋଇଥିଲା । ତେବେ ସାମାଜିକ ଗଣମାଧ୍ୟମକୁ ନେଇ ଚଳିତ ବର୍ଷର ଥିମ୍ ରହିଛି – ‘ଡିଜିଟାଲ ୱର୍ଲ୍ଡକୁ ଏକତ୍ର କରିବା’ । ସୋସିଆଲ ମିଡିଆ ଲୋକଙ୍କୁ ଏକତ୍ର କରିବା ସହ ବିଶ୍ୱ ସମୁଦାୟରେ ସକରାତ୍ମକ ପ୍ରଭାବ ପକାଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା