Masthead

ଘର ଦେଲେନି ସରକାର, ବ୍ଲକ ସମ୍ମୁଖ ହେଲା ହାଣ୍ଡିଶାଳ

ପାଟଣାଗଡ (ବଡ଼ ଖବର ବ୍ୟୁରୋ) : ଆବାସ ଯୋଜନାରେ ଘର କରିବାକୁ ଆଦେଶ ଦେଲେ । କାର୍ଯ୍ୟାଦେଶ ପରେ ହିତାଧିକାରୀ ଘର ନିର୍ମାଣ କଲେ । କିନ୍ତୁ ଗୋଟିଏ ବି କିସ୍ତି ଟଙ୍କା ପାଇଲେନି  । ଏଭଳି  ଘଟଣାକୁ ନେଇ ପାଟଣାଗଡ ବ୍ଲକ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୋଟିଏ ପରିବାର ଅଭିନବ ଉପାୟରେ ରୋଷେଇ ବାସ କରି ଧାରଣାରେ ବସିଛନ୍ତି । ପାଟଣାଗଡ ବ୍ଲକ ଦେଉଲଗାଁ ପଞ୍ଚାୟତ ଅନ୍ତର୍ଗତ ଘୁନଘୁଟିପାଲି ଗ୍ରାମର ସୁନ୍ଦରମଣି ସାହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଭାବେ ଚୟନ ହୋଇଥିଲେ ।

ପିଇଓ ଏବଂ ଜିଓଟେଗର ଶୀଘ୍ର ଘର ସାରିବାକୁ କହିଥିଲେ । ସୁନ୍ଦରମଣି ତାଙ୍କ ପୁରୁଣା ଘରକୁ ଭାଙ୍ଗି ଧାର କରଜ କରି ନୂତନ ଘର ନିର୍ମାଣ କଲେ । ଘର କାର୍ଯ୍ୟ ସ୍ଲାପ ଲେବେଲ ପର୍ଯ୍ୟନ୍ତ ତିଆରି ହେଲା ।  ଏଯାଏଁ ଗୋଟିଏ କିସ୍ତି ଟଙ୍କା ମଧ୍ୟ ମିଳିଲାନାହିଁ । କିସ୍ତି ଟଙ୍କା ପାଇଁ ବାରମ୍ବାର ପଞ୍ଚାୟତ ଠୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେଲାପରେ ଶନିବାର ବାଧ୍ୟ ହୋଇ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ସହ ଧାରଣାରେ ବସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ