Masthead

କିଏ ହେବ ବିରୋଧୀ ଦଳର ନେତା…୧୯ରେ ବସିବ ବୈଠକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଆସନ୍ତା ୧୯ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବିଜେଡିର ବୈଠକ । ଯେଉଁଥିରେ କି ବିଧାୟକ ଦଳର ନେତା ଚୟନ କରାଯିବ । ତେବେ ମିଳିଥିବା ସୂଚନା ମୁତାବକ, ଅପରାହ୍ନ ୪ଟା ୩୦ ମିନିଟ୍ ସମୟରେ ଏହି ବୈଠକ ବସିବାକୁ ଅଛି । ଏହି ବୈଠକରେ ବିଧାନସଭାରେ କିଏ ବିରୋଧୀ ଦଳର ନେତା ହେବ, ତାହା ଚୟନ କରାଯିବ । ଖାସ୍ କରି ନବୀନ ପଟ୍ଟନାୟକ ନିଜେ ବିରୋଧୀ ଦଳର ନେତା ଆସନରେ ବସୁଛନ୍ତି, ନା ଅନ୍ୟ କେଉଁ ନେତା ବିରୋଧୀ ଦଳର ନେତା ହେଉଛନ୍ତି, ତାହା ଉପରେ ନଜର ରହିବ । ବିରୋଧୀ ଦଳର ନେତାଙ୍କ ହିସାବରେ ନବୀନଙ୍କ ନାଁ ଆଗରେ ଅଛି । ନବୀନ ରାଜି ନ ହେଲେ ନିରଞ୍ଜନ ପୂଜାରୀ, ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ନାଁ ଉପରେ ହେବ ବିଚାର । ତେବେ ବିରୋଧୀ ଦଳ ମୁଖ୍ୟ ସଚେତକ ହୋଇପାରନ୍ତି ଅରୁଣ ସାହୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି