Masthead

ଥାନାରୁ ଚମ୍ପଟ ମାରିଥିବା ଯୁବକଙ୍କ ମୃତଦେହ ଉଦ୍ଧାର

କଟକ(ବଡ଼ ଖବର ବ୍ୟୁରୋ): ମେଡିକାଲ ନେବାବେଳେ ଯୁବକ ଚମ୍ପଟ ମାରିବା ଘଟଣା । ଯୋବ୍ରା ବ୍ୟାରେଜରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ମୃତଦେହଟି କାଲି ଥାନାରୁ ଚମ୍ପଟ ମାରିଥିବା ଯୁବକଙ୍କ ହୋଇଥିବା ସନ୍ଦେହ । ମୃତଦେହ ଚିହ୍ନଟ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ପରିବାର ଲୋକେ । ଗତକାଲି କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ ଯୁବକ ଶଙ୍କର୍ଷଣ ବେହେରା । ପୋଲିସକୁ ଧକ୍କା ଦେଇ ଥାନାରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ ।

ଗତ ୧୮ ତାରିଖ ଦିନ ବିଡାନାସୀ ଥାନା ଅନୁସନ୍ଧାନ ନମାରେ ଶଙ୍କର୍ଷଣ ଗିରଫ କରିଥିଲା ପୋଲିସ । ଗୋଟିଏ ଦିନ ବିଡାନାସୀ ଥାନାରେ ରଖିବା ପରେ କ୍ୟାଣ୍ଟନମେଣ୍ଟ ଥାନାକୁ ପଠା ଯାଇଥିଲା । ସେପଟେ ପରିବାରର ଅଭିଯୋଗ ଅନୁଯାୟୀ, ଯୁବକ ଜଣକୁ ଥାନାରେ ପ୍ରବଳ ମାଡ଼ ହୋଇଥିଲା। ଚିକିତ୍ସା ପାଇଁ ଥାନା ତରଫରୁ ମେଡ଼ିକାଲ ନେବା ବେଳେ ଯୁବକ ଜଣକ ଗାଡିରୁ ପଳାଇବାକୁ ଚେଷ୍ଟା କରିବାକୁ ଯାଇ ନଈ ଭିତରେ ପଶିଯାଇ ନିଖୋଜ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି