Before Header

ମୁରଲି କାନ୍ଧରେ ପରିବାରର ବୋଝ

0 164

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଖଦାଳ ପୋଖରୀ ପଞ୍ଚାୟତ ତରଫରାଇପୁର ଗ୍ରାମରେ ରୁହନ୍ତ ମୁରଲିି । ବୟସ ୭୦ ବର୍ଷ । ପରିବାର କହିଲେ ୩ ଜଣ । ଏଭଳି ବାର୍ଦ୍ଧକ୍ୟ ଅବସ୍ଥାରେ ଓଳିଏ ଖାଇଲେ ଆର ଓଳି ଉପବାସ । ଘର ଚାଳ ଆସି ତଳେ ଲାଗିଲାଣି । ଘର ଭିତରକୁ ମୁଣ୍ଡ ନୁଆଇଁ ଯିବାକୁ ପଡୁଥିବା ବେଳେ ଘର ଭିତରେ ଜହ୍ନ ଆଲୋକ ଏବଂ ସୂର୍ଯ୍ୟଙ୍କ ପ୍ରକୋପ ଦେଖିବାକୁ ମିଳୁଛି । ପରିବାରରେ ରୁହନ୍ତି ୫୦ ବର୍ଷର ସ୍ତ୍ରୀ ବୁଧି ଭୋଳ ଏବଂ ପୁଅ ପାଣ୍ଡବ ଭୋଳ ।

ପୁଅ ଅଷ୍ଟମ ଶ୍ରେଣୀରେ ପଢେ । ସ୍ତ୍ରୀ ୬ ମାସ ହେବ ଅଜଣା ରୋଗରେ ପୀଡ଼ିତ । ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନାହିଁ । ଆଧାର କାର୍ଡ ନଥିବାରୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ମୁରଲିଙ୍କ ବୟସ ଅଧିକ ହୋଇଥିବାରୁ ସେ କାମ କରିବା ପାଇଁ ଅସମର୍ଥ । ସରକାରୀ ସୁବିଧାରୁ ବଞ୍ଚିତ ତାଙ୍କ ପରିବାର । ସରକାରୀ ବାବୁମାନଙ୍କୁ ଗୁହାରୀ କଲେ ମଧ୍ୟ କିଛି ଫଳ ମିଳୁନାହିଁ । ତେବେ ସରକାରଙ୍କ ଉଚ୍ଚଅଧିକାରୀ ଏ ବିଷୟରେ ତଦନ୍ତ କରି ସମସ୍ତ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.