Masthead

ସିଏଜି ଧରିଲେ ସରକାରଙ୍କ ଦୁର୍ନୀତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରିନ୍ସିପାଲ ଏଜି ବିଭୁଦତ୍ତ ବସନ୍ତିଆଙ୍କ ପ୍ରେସମିଟ । ସିଏଜି ରିପୋର୍ଟରେ ଚିନ୍ତା ପ୍ରକାଶ କଲେ ଏଜି । ଅନେକ ଯୋଜନାରେ ସରକାରଙ୍କର ଦୋଷ ତ୍ରୁଟି ଥିବା ଦର୍ଶାଇଲେ ଏଜି । ବିଜୁ ଗାଁ ଗାଡି ଯୋଜନା ସମେତ ଅନେକ ଯୋଜନାରେ ସ୍ଥିତି ସଙ୍ଗୀନ ଥିବା କହିଲେ ଏଜି । ଗତ ବର୍ଷକରେ ହଜାର କୋଟିର ରାଜସ୍ୱ ଘଟିଛି ହାନି ।

୨୦୧୭-୧୮ରେ ରାଜସ୍ୱ ଆଦାୟ ୪୨.୬୦ ଥିବା ବେଳେ ୨୦୧୮-୧୯ରେ ଏହାର ଅଭିବୃଦ୍ଧି ଥିଲା ୪୪.୭୨ । ଫଳରେ ୨.୧୨ର ରାଜସ୍ୱ ବୃଦ୍ଧି ଘଟିଥିଲା । ମାତ୍ର ଚଳିତ ବର୍ଷ ଟିକସ ଓ ଅଣଟିକସ ଆଦାୟ କ୍ଷେତ୍ରରେ ସଠିକ ଆକଳନ ହୋଇପାରିନି । ୫୧ ହଜାର ୧୮୨ଟି ମାମଲାରେ ୧୦୬୬ କୋଟି ୨୬ ଲକ୍ଷ ରାଜସ୍ୱ ହାନି ହୋଇଛି । ଖଣି ରୟାଲଟି କ୍ଷେତ୍ରରେ ମଧ୍ୟ ୧୨୪ କୋଟି କମ ଅସୁଲ ହୋଇଛି ।

ସେହିପରି ମାଲ ଓ ଯାତ୍ରୀବାହୀ ବସମାଲିକଙ୍କଠୁ ୪୦କୋଟି କମ ଅନାଦେୟ ହୋଇଛି । ସେହିପରୁ ଅବକାରୀ ବିଭାଗରୁ ୨୫ କୋଟିରୁ ଅଧିକ କ୍ଷତି ଘଟିଛି । ବିଧାନସଭାରେ ଗତକାଲି ଆଗତ ହୋଇଥିଲା ୨୦୧୯-୨୦ର ସିଏଜି ରିପୋର୍ଟ । ଯେଉଁଥିରେ ସାଧାରଣ ଓ ସାମାଜିକ, ରାଜସ୍ୱ ଓ ଆର୍ଥିକ କ୍ଷେତ୍ର ପାଇଁ ସିଏଜି ଅଡିଟ୍ ରିପୋର୍ଟ ପ୍ରକାଶ ପାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା