Masthead

ସିଏଜି ଧରିଲେ ସରକାରଙ୍କ ଦୁର୍ନୀତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରିନ୍ସିପାଲ ଏଜି ବିଭୁଦତ୍ତ ବସନ୍ତିଆଙ୍କ ପ୍ରେସମିଟ । ସିଏଜି ରିପୋର୍ଟରେ ଚିନ୍ତା ପ୍ରକାଶ କଲେ ଏଜି । ଅନେକ ଯୋଜନାରେ ସରକାରଙ୍କର ଦୋଷ ତ୍ରୁଟି ଥିବା ଦର୍ଶାଇଲେ ଏଜି । ବିଜୁ ଗାଁ ଗାଡି ଯୋଜନା ସମେତ ଅନେକ ଯୋଜନାରେ ସ୍ଥିତି ସଙ୍ଗୀନ ଥିବା କହିଲେ ଏଜି । ଗତ ବର୍ଷକରେ ହଜାର କୋଟିର ରାଜସ୍ୱ ଘଟିଛି ହାନି ।

୨୦୧୭-୧୮ରେ ରାଜସ୍ୱ ଆଦାୟ ୪୨.୬୦ ଥିବା ବେଳେ ୨୦୧୮-୧୯ରେ ଏହାର ଅଭିବୃଦ୍ଧି ଥିଲା ୪୪.୭୨ । ଫଳରେ ୨.୧୨ର ରାଜସ୍ୱ ବୃଦ୍ଧି ଘଟିଥିଲା । ମାତ୍ର ଚଳିତ ବର୍ଷ ଟିକସ ଓ ଅଣଟିକସ ଆଦାୟ କ୍ଷେତ୍ରରେ ସଠିକ ଆକଳନ ହୋଇପାରିନି । ୫୧ ହଜାର ୧୮୨ଟି ମାମଲାରେ ୧୦୬୬ କୋଟି ୨୬ ଲକ୍ଷ ରାଜସ୍ୱ ହାନି ହୋଇଛି । ଖଣି ରୟାଲଟି କ୍ଷେତ୍ରରେ ମଧ୍ୟ ୧୨୪ କୋଟି କମ ଅସୁଲ ହୋଇଛି ।

ସେହିପରି ମାଲ ଓ ଯାତ୍ରୀବାହୀ ବସମାଲିକଙ୍କଠୁ ୪୦କୋଟି କମ ଅନାଦେୟ ହୋଇଛି । ସେହିପରୁ ଅବକାରୀ ବିଭାଗରୁ ୨୫ କୋଟିରୁ ଅଧିକ କ୍ଷତି ଘଟିଛି । ବିଧାନସଭାରେ ଗତକାଲି ଆଗତ ହୋଇଥିଲା ୨୦୧୯-୨୦ର ସିଏଜି ରିପୋର୍ଟ । ଯେଉଁଥିରେ ସାଧାରଣ ଓ ସାମାଜିକ, ରାଜସ୍ୱ ଓ ଆର୍ଥିକ କ୍ଷେତ୍ର ପାଇଁ ସିଏଜି ଅଡିଟ୍ ରିପୋର୍ଟ ପ୍ରକାଶ ପାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି