Masthead

ବାଇଡେନଙ୍କ କାର୍‌କେଡ୍‌କୁ ପିଟିଲା କାର୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ କାର୍‌କେଡ୍‌କୁ ପିଟିଲା କାର୍ । ୱିଲମିଙ୍ଗଟନରେ ବାଇଡେନ୍‌ଙ୍କ କାରକେଡକୁ ପିଟିଲା କାର୍ । ପତ୍ନୀଙ୍କ ସହ ବାଇଡେନ୍ ସୁରକ୍ଷିତ, ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଗିରଫ । ଆମେରିକାର ସିକ୍ରେଟ ସର୍ଭିସ୍ ଦ୍ୱାରା ଘଟଣାର ତଦନ୍ତ ଆରମ୍ଭ । ରବିବାର ଦିନ ଆମେରିକାର ଡିଲେୱାର୍‌ରେ ରାଷ୍ଟ୍ରପତିଙ୍କ ଗାଡ଼ି ସହିତ ଯାଉଥିବା ‘ମୋଟର୍‌କେଡ୍‌’ର ଗୋଟାଏ ଗାଡ଼ି ସହିତ ଅନ୍ୟ ଏକ କାର୍‌ ଧକ୍କା ଖାଇଥିବା କଥା ‘ଆସୋସିଏଟେଡ୍‌ ପ୍ରେସ୍‌’ ରିପୋର୍ଟ କରିଛି।

କିନ୍ତୁ, ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ‘ଫାଷ୍ଟ୍‌ ଲେଡି’ ଜିଲ୍‌ ବାଇଡେନ୍‌ ନିରାପଦ ଅଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ରିପୋର୍ଟରୁ ପ୍ରାପ୍ତ ସୂଚନା ଅନୁସାରେ, ବାଇଡେନ୍‌ଙ୍କ ‘ମୋଟୋର୍‌କେଡ୍‌’ରେ ଥିବା ଗୋଟାଏ ଗାଡ଼ି ସହିତ ଉକ୍ତ ଫୋର୍ଡ କାର୍‌ଟି ଧକ୍କା ଖାଇବା ପରେ ପଳାଇଯିବାକୁ ଉଦ୍ୟମ କରୁଥିଲା। କିନ୍ତୁ, ‘ସିକ୍ରେଟ୍‌ ସର୍ଭିସ୍‌’ ଓ ବାଇଡେନ୍‌ଙ୍କ ସୁରକ୍ଷାକର୍ମୀମାନେ ଅସ୍ତ୍ରଶସ୍ତ୍ର ଧରି ସେ କାର୍‌କୁ ଘେରିଯବା ସହିତ ବାହାରି ଆସିବାକୁ ଡ୍ରାଇଭର୍‌ଙ୍କୁ କହିଥିଲେ। ଯେଉଁ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା, ସେଥିରେ ଜୋ ବାଇଡେନ୍‌ ଓ ‘ଫାଷ୍ଟ୍‌ ଲେଡି’ ଜିଲ୍‌ ବାଇଡେନ୍‌ ବସି ନ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ