Masthead

ମନରେଗାକୁ ମାରିଦେବେ କେନ୍ଦ୍ର ସରକାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ନେଇ ଆରମ୍ଭ ହୋଇଛି ରାଜନୀତି  । ଗ୍ରାମାଞ୍ଚଳର ଲୋକଙ୍କ ହାତକୁ କାମ ଦେବା ପାଇଁ ଆରମ୍ଭ ହୋଇଥିବା   ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ଆଉ ହାତ ପାଉନି । ପ୍ରଥମେ ଅନୁଦାନ କମାଯାଇଥିଲା । ଏବେ ଶ୍ରମ ଦିବସକୁ କମାଇଦିଆଯାଇ ଥିବାରୁ ଆରମ୍ଭ ହୋଇଛି ରାଜନୀତି । ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ମାରିଦେବେ । ମନରେଗାକୁ ମାରିଦେବେ କେନ୍ଦ୍ର ସରକାର । ପ୍ରଥମେ ଟଙ୍କା କମାଇଥିଲେ । ଏବେ କାମ କମିବ । ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ବିଜେଡି କହିଛି ମନେରଗା ଶ୍ରମିକଙ୍କ ଲାଗି ବଡ଼ ଯୋଜନା ଥିଲା । ଏହି ଯୋଜନାରେ କେନ୍ଦ୍ର ବହୁତ ଅର୍ଥ କମେଇ ଦେଇଛି । ଗାଁରେ କାମ କରିବାକୁ ଲୋକେ ଡରିଲେଣି । ମନେରେଗାରେ କାମ କଲେ ମାସ ମାସ ଧରି ମଜୁରି ପାଉନାହାନ୍ତି । ଏହା ବଡ଼ ଦୁଃଖର କଥା ।

କେନ୍ଦ୍ର ଉପରେ ଦୋଷ ନଦେଇ  ରାଜ୍ୟ ସରକାର ନିଜ ଦୋଷ ସ୍ୱୀକାର କରନ୍ତୁ ବୋଲି ବିଜେପି କହିଛି । ଦୁର୍ନୀତିର ଗନ୍ତାଘର ପାଲଟିଥିଲା ମନରେଗା । ମିଥ୍ୟା ବିଲ୍ କରି ସରକାରୀ ଟଙ୍କା ଲୁଟ୍ କରୁଥିଲେ । କେନ୍ଦ୍ର ସରକାର ରିପୋର୍ଟ ବାରମ୍ବାର ରିପୋର୍ଟ ମାଗୁଥିଲେ ମଧ୍ୟ ରାଜ୍ୟ ସରକାର ଚୁପ୍ ।

ତେଣେ କଂଗ୍ରେସ କହିଛି ମନରେଗା କଂଗ୍ରେସର ଯୋଜନା । ମନରେଗାରେ କାମ କରି ଶ୍ରମିକମାନେ ପରିବାର ଚଳାଉଥିଲେ । ମାତ୍ର ଏବେ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକମାରଣ ନୀତି ଆପଣେଇଛନ୍ତି । ଗାଁରେ ଆଉ ମିଳିବନି କାମ । ରାଜ୍ୟ ବାହାରକୁ ବହୁ ସଂଖ୍ୟାରେ ଦାନଦ ଯିବାକୁ ବାଧ୍ୟ ହେବେ ଶ୍ରମିକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ