Masthead

କଲେଜ କ୍ୟାମ୍ପସ ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡାସ୍ଥଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):କଲେଜ କ୍ୟାମ୍ପସ ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡାସ୍ଥଳ । କ୍ୟାମ୍ପସ ଭିତରେ ଗଡୁଛି ମଦ ବୋତଲ । ବାହାରେ ଜଗିରହୁଛନ୍ତି ଅସାମାଜିକ ବ୍ୟକ୍ତି । ଚିନ୍ତାରେ ଛାତ୍ରଛାତ୍ରୀ । ତେଣେ ସମାଧାନର ବାଟ ଖୋଜୁଛନ୍ତି ଅଭିଭାବକ ।  ଅସୁରକ୍ଷିତ କଲେଜ କ୍ୟାମ୍ପସ । ଯିବାକୁ ଭୟ କରୁଛନ୍ତି ଛାତ୍ରଛାତ୍ରୀ । ରହୁନାହିଁ ଶୈକ୍ଷିକ ବାତାବରଣ । ରାଜ୍ୟର ଅଧିକାଂଶ କଲେଜ ଅବସ୍ଥା ଏୟା । ଖୋଦ୍ ରାଜଧାନୀର ଅଧିକାଂଶ କଲେଜ କଲେଜ ଅବସ୍ଥା ସମାନ । ତେବେ କଲେଜକୁ ବିଦ୍ୟାର ମନ୍ଦିର ରୂପେ ବ୍ୟବହାର କରିବା ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି ବିଜେବି କଲେଜ ଅଧ୍ୟକ୍ଷ ।  ଅଣଛାତ୍ରଙ୍କ ଅବାଧ ପ୍ରବେଶ ଯୋଗୁ କଲେଜ ପରିସର ଅଶାନ୍ତ ହୋଇପଡୁଛି । ମେଧାବୀ ଛାତ୍ରଛାତ୍ରୀ ବଳି ପଡୁଛନ୍ତି । ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛୁ । ପ୍ୟରେଣ୍ଟସ ୟୁନିଟ, ଲେକଚର ଏବଂ ଲୋକାଲ ସୋସିଆଲ ଆକ୍ଟିଭିଟିମାନଙ୍କୁ ନେଇ ଏକ ଟିମ କରାଯାଉ ବୋଲି ଓଡ଼ିଶା ଅଭିଭାବକ ମହାସଂଘ ସଭାପତି କହିଛନ୍ତି । କଲେଜର ମାଲିକ ହେଉଛନ୍ତି ପ୍ରିନ୍ସପାଲ ।

କଲେଜରେ ଅଣଛାତ୍ର ପ୍ରବେଶ କରିପାରିବେ ନାହିଁ । ଆଇନ ଶୃଙ୍ଖଳା ରକ୍ଷା କରିବାର ଦାୟିତ୍ୱ ପ୍ରିନସିପାଲମାନଙ୍କୁ ଦିଆଯିବାର ଆବଶ୍ୟକତା ରହିଛି ବୋଲି ବରିଷ୍ଠ ସାମ୍ବାଦିକ ରବିଦାସ କହିଛନ୍ତି । କଲେଜ ମଣିଷ ତିଆରି କାରଖାନା । ଶୃଙ୍ଖଳା ହିଁ ଏହାର ମୂଳାଧାର । ଛାତ୍ରଛାତ୍ରୀ, ଅଭିଭାବକ ଓ କଲେଜ କର୍ତ୍ତୃପକ୍ଷ ଚାହିଁଲେ ସୁନାଗରିକ ବାହାରି ପାରିବେ । ଭୁବନେଶ୍ୱର

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ