ପାରାଦୀପ ନିର୍ବାଚନମଣ୍ଡଳିରେ ଭୁଷୁଡିବାରେ ଲାଗିଛି ବିଜେଡିର ଗଡ

ପାରାଦୀପ (ବଡ଼ ଖବର ବ୍ୟୁରୋ): ପାରାଦୀପ ନିର୍ବାଚନମଣ୍ଡଳିରେ ଭୁଷୁଡିବାରେ ଲାଗିଛି ବିଜେଡିର ଗଡ। ବିଧାୟକଙ୍କ ହାତ ଛାଡିବାରେ ଲାଗିଛନ୍ତି କର୍ମୀ ଓ ସଂଗଠକ। ବିଜେଡି ପ୍ରାର୍ଥୀ ଚୟନରେ ପରିବାର ବାଦକୁ ପ୍ରାଧାନ୍ୟ ଦେବାକୁ ନେଇ ଅସନ୍ତୁଷ୍ଟ କର୍ମୀ ଓ ସଂଗଠକ ଏବେ ବିଜେପି ମୁହାଁ ହୋଇଛନ୍ତି। ବିଭିନ୍ନ ପଞ୍ଚାୟତରେ ବିଜେପି ତାର ଶକ୍ତି ବୃଦ୍ଧି କରୁଥିବା ବେଳେ ବୁଧବାର ରାହାମା ବଜାରରେ ଅନୁଷ୍ଠିତ ଜନ ସଙ୍କଳ୍ପ ସଭା ଓ ମିଶ୍ରଣ ପର୍ବ ବିଜେଡି ଦଳର ମେରୁଦଣ୍ଡକୁ ଦୋହଲାଇ ଦେଇଛି।

ବିଜେଡି ନେତା ଶିଶିର ଦାସଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ଓ ସଂଗଠକ ବିଜେପିରେ ସାମିଲ ହୋଇଛନ୍ତି। ଯାହା ବିଜେଡି ଦଳର ଭୋଟ ସମୀକରଣକୁ ସମ୍ପୂର୍ଣ୍ଣ ବିଗାଡି ଦେଇଛି। ପୂର୍ବରୁ ପାରାଦୀପ ମ୍ୟୁନିସିପାଲିଟି ଓ ୩୬ଟି ପଞ୍ଚାୟତରୁ ବିଜେଡିର ପାଖାପାଖି ୫ ହଜାର ରୁ ଉର୍ଦ୍ଧ୍ବ ସଂଗଠକ ସ୍ବର୍ଗତ ଡାକ୍ତର ଦାମୋଦର ରାଉତଙ୍କ ପରିବାରକୁ ବିରୋଧ କରିବା ସହିତ ଯଦି ଦଳ ତାଙ୍କ ପରିବାରକୁ ଟିକେଟ ଦିଏ ତେବେ ବିକଳ୍ପ ଚିନ୍ତା କରିବୁ ବୋଲି ଚେତାବନୀ ଦେବା ସହିତ ଠାକୁରଙ୍କ ଭୋଗ ଛୁଇଁ ତାଙ୍କ ପରିବାରକୁ ଭୋଟ ନଦେବାକୁ ଶପଥ କରିଥିଲେ । ତାରିଣୀଙ୍କ ପାଖକୁ ନଡିଆ ପଠାଇଥିଲେ। ବିଜେଡି ରାଜ୍ୟ ନେତୃତ୍ବ ସେମାନଙ୍କୁ ଡାକି ଆଲୋଚନା ମଧ୍ୟ କରିଥିଲେ ।

ମାତ୍ର ଦାମୋଦର ରାଉତଙ୍କ ବୋହୂ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀଙ୍କୁ ଟିକେଟ ଦେବାରୁ ଏହି ସଂଗଠକ ମାନେ ଏବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ଏହି ସମାବେଶରେ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ବିଜେପି ନେତ୍ରୀ ପିଙ୍କି ପ୍ରଧାନ ସେମାନଙ୍କୁ ଦଳରେ ସ୍ବାଗତ କରିଥିଲେ। ଏକ ବିଶାଳ ରାଲିରେ ବିଜେପିର ସାସଂଦ ପ୍ରାର୍ଥୀ ବିଭୂପ୍ରସାଦ ତରାଇ ଓ ପାରାଦୀପ ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ବାଇଁ ରାହାମା ବଜାର ପରିକ୍ରମା କରିବା ସହିତ ପଦ୍ମ ଫୁଲରେ ଭୋଟ ଦେଇ ରାଜ୍ୟର ବିକାଶରେ ସାମିଲ ହେବାକୁ ନିବେଦନ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!