Masthead

କରୋନା ବାଣ୍ଟୁଛି ପ୍ରଶାସନ

ବରୀ, (ବଡ଼ ଖବର ବ୍ୟୁରୋ): ମହାମାରୀ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ସରକାରଙ୍କ ତରଫରୁ କୋଭିଡ ନିୟମ ପାଳନ ତଦାରଖ ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏହାର ଉଲ୍ଲଘଂନ ହେଉଥିବାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରୀ ତହସିଲ୍ କାର୍ଯ୍ୟାଳୟ ପାଖ ବିଦ୍ୟାଳୟରେ। ତହସିଲ୍ କାର୍ଯ୍ୟାଳୟ ପାଖ ବିଦ୍ୟାଳୟ ପରିସର ପଡିଆରେ ବନ୍ୟା ବିପନ୍ନମାନଙ୍କୁ ଆଜି ପଲିଥିନ୍ ଯୋଗାଇ ଦେବା ପାଇଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ଦାୟିତ୍ଵରେ ଥିବା କର୍ମଚାରୀ ଓ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ପଲିଥିନ୍ ବଣ୍ଟନ କରାଯାଇଥିଲା । ମାତ୍ର କୋଭିଡ ନିୟମକୁ ସମସ୍ତେ ଆଖିବୁଜି ଦେଇଥିଲେ । କୋଭିଡ ନିୟମର ଖୋଲା ଖୋଲି ଉଲ୍ଲଘଂନ ହୋଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଆଜି ବରୀ ଗସ୍ତରେ ଆସି କୋଭିଡ ନିୟମ କଡ଼ାକଡ଼ି ପାଳନ ସମ୍ପର୍କରେ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବରୀ ଛାଡ଼ିବାର କିଛି ମୁହୂର୍ତ୍ତପରେ ବରୀ ତହସିଲ୍ କାର୍ଯ୍ୟାଳୟରେ ଖୁଲମଖୋଲା କୋଭିଡ ନିୟମ ଉଲ୍ଲଘଂନ ଘଟଣା ପ୍ରଶାସନର ପାରିବା ପାଣିଆକୁ ପଦାରେ ପକାଇ ଦେଇଛି। ସରକାରଙ୍କ କୋଭିଡ୍ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କଢ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ବରୀରେ ଏହାର ବ୍ୟତିକ୍ରମ ଘଟିବା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା