Masthead

ପଦାରେ ପଡ଼ିଲା ତାଲିବାନର ଅସଲ ଚେହେରା; ସାମ୍ବାଦିକଙ୍କୁ ମାଡ଼ମାରି ଭିଡ଼ିଓ କଲେ ଭାଇରାଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସମଗ୍ର ବିଶ୍ୱ ତାଲିବାନର କ୍ରୁରତା ଦେଖିଆସୁଛି । ହେଲେ ତାଲିବାନ ବାରମ୍ବାର ନିଜର ଛବିକୁ ଭଲ କରିବା ପାଇଁ ବିଭିନ୍ନ ପଦକ୍ଷେପ ସବୁ ନେଉଛି । ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ତେବେ ମହିଳାଙ୍କ ତାଲିବାନ ବିରୋଧରେ ପ୍ରଦର୍ଶନକୁ କଭର କରିବାକୁ ଆସିଥିବା ସାମ୍ବାଦିକଙ୍କୁ ପୋଷାକ ଖୋଲି ପିଟିଥିବାର ଚିତ୍ର ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଚିତ୍ରରେ ତାଲିବାନର ମାନସିକତା ସମ୍ପୂର୍ଣ୍ଣ ଭାବରେ ପ୍ରତିଫଳିତ ହେଉଛି ।

ଆଫଗାନିସ୍ତାନ ଉପରେ ପାକିସ୍ତାନୀ ଏୟାରଷ୍ଟ୍ରାଇକକୁ ନେଇ ଲୋକେ ଅତ୍ୟଧିକ ରାଗିଛନ୍ତି । ଯାହାଫଳରେ ଗତ କିଛି ଦିନ ହେବ କାବୁଲ ସମେତ ବିଭିନ୍ନ ସହରରେ ତାଲିବାନ ବିରୋଧରେ ପ୍ରଦର୍ଶନ କରାଯାଉଛି । ମୁଖ୍ୟତଃ ଏହି ପ୍ରଦର୍ଶନଗୁଡ଼ିକ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଛି । କିନ୍ତୁ ସାରା ଦେଶରେ ତାଲିବାନ ରାଜୁତି କରୁଥିବାବେଳେ ଏପରି ବିରୋଧକୁ ସହଜରେ ତାଲିବାନ ହଜମ କରିପାରୁ ନାହିଁ । ତେଣୁ ବିରୋଧକାରୀଙ୍କୁ ତାଲିବାନ ବାରମ୍ବାର ଟାର୍ଗେଟ କରିଆସୁଛି । ଅପରପକ୍ଷରେ ଏଥିରୁ ବାଦ ପଡ଼ିନାହାଁନ୍ତି ସାମ୍ବାଦିକମାନେ । ତେବେ ବିରୋଧର ସମ୍ପୂର୍ଣ୍ଣ ଘଟଣାକୁ କଭର କରିବାକୁ ଆସିଥିବା ସାମ୍ବାଦିକମାନଙ୍କୁ ଅତି ନିର୍ଦ୍ଦୟ ଭାବରେ ପିଟିଥିବାର ଘଟଣା ସାମ୍ନାକୁ ଆସିଛି ।

ସମ୍ପୂର୍ଣ୍ଣ ଘଟଣାକୁ କଭର କରୁଥିବା ସାମ୍ବାଦିକଙ୍କୁ ଏକ କୋଠରୀରେ ତାଲା ପକାଇ ଘଣ୍ଟା ଘଣ୍ଟା ଧରି ମାଡ଼ ମାରି ସୋସିଆଲ ମିଡ଼ିଆରେ ଏହାର ଭିଡ଼ିଓକୁ ସେୟାର କରିଥିଲା । ଅନ୍ୟପଟେ ସାମ୍ବାଦିକମାନଙ୍କୁ ମାଡ଼ ମାରିବା ଭିଡ଼ିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ତାଲିବାନର ଅସଲ ଚେହେରା ପଦାରେ ପଡ଼ିଛି । ତାଲିବାନର ନିଷ୍ଠୁରତାର ଚିତ୍ର ନୂଆ ନୁହଁ । ଏହା ପୂର୍ବରୁ ଭାରତର ଜଣେ ସୁନାମଧନ୍ୟ ସମ୍ବାଦିକ ଧାନିଶ ସିଦିକ୍ୱିଙ୍କୁ ଅତି ନିର୍ଦ୍ଦୟ ଭାବରେ ପିଟି ଜୀବନରୁ ମାରିଦେଇଥିଲା । ଏ ଘଟଣାର ଜବାବ ରଖି ତାଲିବାନ କହିଥିଲା ଯେ ଧାନିଶ ଜଣେ ସାମ୍ବାଦିକ ବୋଲି ସେମାନେ ଜାଣିନଥିଲେ ।

ଯଦି ଜାଣିଥାନ୍ତେ ତାହାଲେ ଏପରି କେବେବି କରିନଥାନ୍ତେ ବୋଲି ତାଲିବାନ କହିଥିଲା । ହେଲେ ନିଜର ଛବିକୁ ଯେତେ ଲୁଚାଇଲେ ମଧ୍ୟ ପ୍ରକୃତ ଚେହେରା ଦୁନିଆ ସାମ୍ନାରେ ଆସିଯାଇଥାଏ । ତେବେ ସବୁଠାରୁ ବିଡ଼ମ୍ବନାର ବିଷୟ ଯେ ତାଲିବାନର ଏପରି କାର୍ଯ୍ୟକୁ ସାରା ବିଶ୍ୱ ଦେଖୁଛି ହେଲେ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି