Masthead

ଜନଶୁଣାଣି ଶିବିରରେ ଅଭିଯୋଗ କରିନପାରି ଚିରିଦେଲେ ଅଭିଯୋଗ ପତ୍ର

ବସ୍ତା (ବଡ଼ ଖବର ବ୍ୟୁରୋ): ଜନଶୁଣାଣି ଶିବିରରେ ଅଭିଯୋଗ କରି ପାରିଲେନି ଅଭିଯୋଗକାରୀ । ବିଡିଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଚିରି ଫୋଫାଡିଲେ ଅଭିଯୋଗ ପତ୍ର । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ବସ୍ତା ବ୍ଲକରେ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅନୁପସ୍ଥିତ ଥିଲେ । ଅନେକ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ନପାଇ ନିରାଶ ହୋଇ ଫେରିଥିଲେ । ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ପରିବର୍ତ୍ତେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଏବଂ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ପ୍ରଧାନ ଯୋଗଦେଇ ଥିଲେ ।

ଜନ ଶୁଣାଣୀ ଶିବିର ଦିନ ୧୦ ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦିନ ୧ଟାରେ କାର୍ଯ୍ୟକ୍ରମ ସରିଥିଲା ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଚାଲିଯାଇଥିଲେ । ଯାହା ଫଳରେ ଅଭିଯୋଗ କରିବାକୁ ଆସିଥିବା କିଛି ଅଭିଯୋଗକାରୀ ନିରାଶ ହୋଇ ଫେରିଥିଲେ । ତେବେ ବସ୍ତା ବ୍ଲକ ଗୁହାଳିପଦା ଗ୍ରାମର ଭଜହରି ପରିଡା ଦିନ ୧.୩୦ ରେ ଅଭିଯୋଗ ପତ୍ର ନେଇ ପହଞ୍ଚିଥିବା ବେଳେ ଶିବିର ବନ୍ଦ ହୋଇଥିବା ଦେଖିବାକୁ ପାଇଥିଲେ । ଯାହା ଫଳରେ ନିରାଶ ହୋଇ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିଯୋଗ ପତ୍ରକୁ ଚିରି ଫୋପାଡି ଦେଇଥିଲ । ସେପଟେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ଜିଲ୍ଲାପାଳ । କେହି ନଆସିବାରୁ ଶିବିର ବନ୍ଦ କରିଦେଇଥିବା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା