Masthead

୪୮ ବର୍ଷରେ ପହଁଚିଲେ ଦେଶିବୟ

ବଲିଉଡର ଦୋସ୍ତାନା ତଥା ଦେଶିବୟ ଜନ ଆବ୍ରାହମ ୪୮ ବର୍ଷରେ ପହଞ୍ଚିଛନ୍ତି । ନିଜକୁ ସବୁବେଳେ ଫିଟ୍ ଆଣ୍ଡ ପାୱାରଫୁଲ୍ ଭାବେ ନିଜର ସବୁ ଫିଲ୍ମରେ ପ୍ରମାଣିତ କରୁଥିବା ବଲିଉଡର ସବୁଠୁ ଫିଟେଷ୍ଟ ଆକ୍ଟର ହେଉଛନ୍ତି ଜନ । ଏଥିପାଇଁ ସବୁ ୟଙ୍ଗଷ୍ଟାରଙ୍କ ଫିଟ୍ ଆଣ୍ଡ ଫାଇନ ରହିବାର ଇନସ୍ପିରେଶନ ହେଉଛନ୍ତି ଜନ । ଜନ ଜଣେ ସୁପରିଚିତ ଅଭିନେତା ହେବା ସହ ଏକ ଭଲ ମଡେଲ ଓ ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି । ଧୁମ, ହାଉସଫୁଲ, ଦୋସ୍ତାନା, ଦେଶି ବଏଜ, ସତ୍ୟମେବ ଜୟତେ ପରି ଅନେକ ହିଟ ଫିଲ୍ମରେ ଲିଡରେ ନଜର ଆସିଛନ୍ତି ସେ ।
ଅନେକ କମେଡି, ଡ୍ରାମା ମୁଭି କରିଥିଲେ ମଧ୍ୟ ନିଜ ଆକ୍ସନ ଓ ଫ୍ୟାସନ ପାଇଁ ସେ ବେଶି ଚର୍ଚ୍ଚିତ । ସୋସିଆଲ ମିଡିଆରେ ସବୁବେଳେ ଜନଙ୍କ ୱାକଆଉଟ୍, ଜିମ ଓ ଫ୍ୟାସନ ଲୁକ ଫଟୋଜ ଓ ପୋଷ୍ଟ ଥାଏ ଟ୍ରେଣ୍ଡିଂରେ । ୨୦୨୧ରେ ଜନଙ୍କ ଅପକମିଙ୍ଗ ଫିଲ୍ମ ସତ୍ୟମେବ ଜୟତେ-୨ ଆସିବାକୁ ଯାଉଛି । ସତ୍ୟମେବ ଜୟତେ-୨ ତାଙ୍କ ସୁପରହିଟ ଫିଲ୍ମ ସତ୍ୟମେବ ଜୟତେର ସିକ୍ୱେଲ ବା ଦ୍ୱିତୀୟ ଭାଗ । ଏଥିରେ ଜନଙ୍କ ବିପକ୍ଷରେ ଦିବ୍ୟା ଖୋସଲା କୁମାର ଲିଡରେ ନଜର ଆସୁଛନ୍ତି । ଏଥିସହ ଜନ ଅପକମିଙ୍ଗ ଫିଲ୍ମ ସରଦାର ଆଣ୍ଡ ଗ୍ରାଣ୍ଡସନ ଓ ଶାହରୁଖ, ଦୀପିକା ପାଦ୍ୟୁକୋନଙ୍କ ସହ ପଠାନ ମୁଭି ରେ ମଧ୍ୟ ନଜର ଆସିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’