Masthead

ଜଳବନ୍ଦୀ, ଭୋକ ଉପାସରେ କଟୁଛି ଦିନ

ପୁରୀ (ବଡ଼ ଖବର ବ୍ୟୁରୋ): ୩ଦିନ ହବ ଭୋକ ଉପାସରେ ଏବଂ ଜଳବନ୍ଦୀରେ ଜୀବନ କାଟୁଛନ୍ତି ପୁରୀ ଧୋବାଖାଲ ବାସିନ୍ଦା । ଏ କୌଣସି ଗାଁ କିମ୍ବା ସଦର ଅଂଚଳର ଦୃଶ୍ୟ ନୁହେଁ । ପୁରୀ ବଳିଆପଣ୍ଡା ସ୍ଥିତ ବିଜୟନଗର ବସ୍ତିର ଧୋବାଖାଲର ଦୃଶ୍ୟ । ଯୋଉ ବସ୍ତି ବାସିନ୍ଦାମାନେ ଦୀର୍ଘ ଦିନ ଧରି ସ୍ଥାୟୀ ପଟ୍ଟା ପାଇଁ ଦାବି କରି ଆସୁଛନ୍ତି । ସୁନ୍ଦର ପାର୍କଟିଏ ନିର୍ମାଣ ପାଇଁ ଏମାନଙ୍କୁ ପଟ୍ଟା ଦିଆଯିବ ସହ ଥଇଥାନର ପ୍ରତିଶ୍ରୁତି ଦେଇ ବିସ୍ଥାପନ କରି ରଖାଯାଇଛି ।

ଆମେ ମଧ୍ୟ ବାରମ୍ବାର ‘ବଡ଼ ଖବର’ ମାଧ୍ୟମରେ ପ୍ରସାରଣ କରି ଆସୁଛୁ କିଭଳି ଭାବେ ବାରମ୍ବାର ସର୍ଭେ ସତ୍ତ୍ୱେ ମିଳୁନି ପଟ୍ଟା । ଅନ୍ୟପଟରେ ଗତ ଲଗାଣ ବର୍ଷାରେ ବେହାଲ ହୋଇଛି ଏମାନଙ୍କ ଜୀବନ । ଖାଇବାକୁ ପାଉନାହାନ୍ତି । ଜଳବନ୍ଦୀରେ ରହିଛନ୍ତି। ଘରେ ସାପର ଭୟ । ରାତିରେ ଆଲୋକର ବ୍ୟବସ୍ଥା ନାହିଁ । ଆସୁଥିବା ପରବର୍ତ୍ତୀ ଲଘୁଚାପକୁ ନେଇ ହେଉଛନ୍ତି ଭୟଭୀତ । ପ୍ରଶାସନ ତରଫରୁ ଶୁଖିଲା ଖାଦ୍ୟର ବ୍ୟବସ୍ଥା ମଧ୍ୟ ନାହିଁ।

ଅଧିକାରୀ ମାନଙ୍କୁ ଜଣେଇବା ସତ୍ତ୍ୱେ କେଵଳ ଗୋଟିଏ ମେସିନ ସାହାଯ୍ୟରେ ଜଳ ନିଷ୍କାସନ ପାଇଁ କରାଯାଇଛି ବ୍ୟବସ୍ଥା । ଯାହାକି ଅତ୍ୟନ୍ତ ଧୀର କାର୍ଯ୍ୟପନ୍ଥା । ଯଦି ଜାଗା ମିଶନରେ ପ୍ରକୃତ ହିତାଧିକାରୀଙ୍କୁ ପଟ୍ଟା ମିଳନ୍ତା ତେବେ ଏମାନେ ମଧ୍ୟ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ସହ ଅନ୍ୟାନ୍ୟ ସୁବିଧା ପାଆନ୍ତେ । ହେଲେ ପ୍ରସାଶନର ବାରମ୍ବାର ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇଛି । ଆଗାମୀ ଦିନରେ ଏମାନଙ୍କ ଅସନ୍ତୋଷ ପୁରୀ ପ୍ରସାଶନ ଏବଂ ରାଜନେତାଙ୍କ ପାଇଁ କଡା ଚାଲେଞ୍ଜ ହୋଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି