Masthead

ଲଜରୁ ମହିଳାଙ୍କ ମୃତଦେହ ଠାବ,ସ୍ୱାମୀ ଫେରାର

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଲଜରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅଞ୍ଚଳର ଗୋଇଲୁଣ୍ଡି- କୋର୍ଟପେଟା ରାସ୍ତାରେ ଥିବା ବ୍ରହ୍ମପୁର ଲଜ ଏବଂ ଡୋର୍ମିଟାରୀ ଭିତରୁ । ଏହି ଲଜରୁ ଜଣେ କେରଳ ମହିଳାଙ୍କ ମୃତଦେହ ଜବତ ହୋଇଛି । ମୃତକଙ୍କ ନାଁ ଅବଦୁଲ ପରିପାଲିପ ବୋଲି ଲଜର ରେଜିଷ୍ଟରରୁ ଜଣାପଡ଼ିଛି । ତାଙ୍କ ବୟସ ୪୦ ରୁ ୪୫ ହେବ ବୋଲି ଅନୁମାନ କରାଯାଉଛି । ମହିଳା ଜଣଙ୍କ ନିଜ ସ୍ବାମୀ ସମସନ ଏସଙ୍କ ସହ କିଛି ଦିନ ତଳେ ବ୍ରହ୍ମପୁର ଆସିଥିଲେ । ଉଭୟ ଗତ ୧୯ତାରିଖରୁ ଏହି ଲଜର ରହୁଥିଲେ । ସେମାନେ ବ୍ରହ୍ମପୁରକୁ ମେଡିକାଲ କାମରେ ଆସିଥିବା ଲଜ କର୍ମଚାରୀଙ୍କୁ କହିଥିଲେ ।

ଦୁଇ ଦିନପୂର୍ବେ ଉଭୟ ସ୍ବାମୀ-ସ୍ତ୍ରୀ ଲଜ ଭିତରେ ଥିଲେ । ହେଲେ ଆଜି ସକାଳୁ ଲଜ କର୍ମଚାରୀ ସଫେଇ କରିବାକୁ ଯାଇଥିବା ବେଳେ କବାଟ ବାଢେଇବା ପରେ ମଧ୍ୟ କେହି ଶୁଣିନଥିଲେ । ଏ ନେଇ ଲଜ ପକ୍ଷରୁ ବୈଦ୍ୟନାଥପୁର ଥାନାକୁ ଖବର ଦିଆଯାଇଥିଲା । ବୈଦ୍ୟନାଥପୁର ପୋଲିସ ଲଜକୁ ଯାଇ ରୁମର କବାଟ ଖୋଲି ଭିତରକୁ ପଶିବା ପରେ ମହିଳାଙ୍କ ମୃତଦେହ ବେଡ ଉପରେ ପଡିଥିବା ଦେଖିଥିଲେ । ମହିଳାଙ୍କର ୨ ଦିନ ପୂର୍ବରୁ ମୃତ୍ୟୁ ହୋଇଯାଇଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ମୃତ ମହିଳାଙ୍କ ସ୍ୱାମୀ ଉପସ୍ଥିତ ନଥିବାରୁ ସେ ଫୋରାର ହୋଇଯାଇଥିବା ଜଣାପଡ଼ିଛି ।ମହିଳାଙ୍କ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ । ବୈଦ୍ୟନାଥପୁର ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ