Masthead

ବଦଳିଲା ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ ନିଷ୍ପତ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଦଳିଲା ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ ନିଷ୍ପତ୍ତି । ୩୦ ପର୍ଯ୍ୟନ୍ତ ଛୁଟି ବାତିଲ ନିର୍ଦ୍ଦେଶରେ ସଂଶୋଧନ କଲା ପ୍ରଶାସନ । ଆବଶ୍ୟକ ପଡ଼ିଲେ ଅଫିସରମାନେ ଛୁଟି ନେଇପାରିବେ ବୋଲି ନିର୍ଦ୍ଦେଶ । ଛୁଟି ନେଇପାରିବେ, କିନ୍ତୁ ଆବଶ୍ୟକ ପଡ଼ିଲେ ତତ୍କାଳ ଯୋଗଦେବେ । ଜରୁରୀ ଯୋଗାଯୋଗ ପାଇଁ ନିଜ ମୋବାଇଲ ନମ୍ବର ଆକ୍ଟିଭ ରଖିବେ । ନୂଆ ନିର୍ଦ୍ଦେଶନାମା ମୁତାବକ, ସରକାରୀ ଅଧିକାରୀଙ୍କୁ ଛୁଟି ମିଳିବ, ହେଲେ ଆବଶ୍ୟକ ସ୍ଥଳେ କିନ୍ତୁ ସେମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ପଡିପାରେ ।

ଖାଲି ସେତିକି ନୁହେଁ, ଜରୁରୀକାଳୀନ ସ୍ଥିତିରେ ମୋବାଇଲ୍ ଫୋନରେ ଉପଲବ୍ଧ ରହିବାକୁ ପଡିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର । ଆସନ୍ତାକାଲି ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନୂଆ ସରକାର ଶପଥ ଗ୍ରହଣ କରିବାକୁ ଥିବାରୁ ଜୁନ୍ ୩୦ ଯାଏଁ ଛୁଟି ବାତିଲ୍ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ